ରେଢାଖୋଲରେ ଦୁର୍ଦ୍ଦାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର

add-all

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢାଖୋଲରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଅପରାଧୀ ଟିମାକୁ ଗୁଳିମାଡ଼ । ପୋଲିସ ଗୁଳିରେ ଟିମା ଝାଙ୍କର ଓରଫ ଧନେଶ୍ୱର ଝାଙ୍କର ଆହତ ହୋଇଛି । ଟିମାର ଡାହାଣ ଗୋଡ଼ରେ ବାଜିଛି ଗୁଳି । ଆହତ ଟିମାକୁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଟିମାର ତିନି ସହଯୋଗୀ ଗିରଫ ହୋଇଛନ୍ତି । ସେମାନଙ୍କଙ୍କ ନିକଟରୁ ଏକ ପିସ୍ତଲ, ଅଫୁଟା ଗୁଳି, ଏକ ବୋଲେରୋ ଗାଡ଼ି, ତାର କଟା ଯନ୍ତ୍ର ସମେତ ବିଦ୍ୟୁତ ତାର ଚୋରିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି ।

ଟିମା ନାଁରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଡକାୟତି, ରାହାଜାନି, ଆର୍ମସ ଆକ୍ଟ ଏବଂ ଆଲୁମିନିୟମ ତାର ଚୋରି ଭଳି ପ୍ରାୟ ୪୧ରୁ ଅଧିକ ସଙ୍ଗୀନ ମାମଲା ରହିଛି। ଆଜି ସକାଳେ ଟିମାକୁ ପୋଲିସ କାବୁ କରିବାକୁ ଯାଉଥିବାବେଳେ ଡ଼ୁମଛାଲି ଜଙ୍ଗଲ ନିକଟରେ ପୋଲିସ ଉପରକୁ ୩ ରାଉଣ୍ଡ ଗୁଳି ଚାଳନା କରିଥିଲା ଟିମା । ପୋଲିସ ଆତ୍ମରକ୍ଷ୍ୟା ପାଇଁ ତାର ଗୋଡ଼ରେ ଗୁଳି ଚାଳନା କରିଥିଲା । ଘଟଣା ସ୍ଥଳରୁ ଗୋଟିଏ ପିସ୍ତଲ, ଜୀବନ୍ତ ଗୁଳି ଜବତ ହୋଇଛି ।

ad-week
Leave A Reply

Your email address will not be published.