ପାଲମର ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ : ୯ ମୃତ

newyr25

ନୂଆଦିଲ୍ଲୀ : ଦିଲ୍ଲୀରୁ ଛାତି ଦୋହଲାଇଦେଲା ଭଳି ଘଟଣା ସାମ୍ନାକୁ ଆସିଛି । ଆଜି ସକାଳେ ରାଜଧାନୀ ପାଲମ ଅଞ୍ଚଳରେ ଥିବା ଏକ ୪ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅତି କମରେ ଏହି ଦୁର୍ଘଟଣାରେ ୯ ଜଣଙ୍କର ଜୀବନ ଚାଲିଯାଇଛି । କସମେଟିକ୍ ଦୋକାନରେ ନିଆଁ ଲାଗିଯିବାରୁ ଉପର ମହଲାକୁ ଶୀଘ୍ର ବ୍ୟାପିଯାଇଥିଲା ।

ସୂଚନାନୁଯାୟୀ, ଅଗ୍ନିକାଣ୍ଡ ସମୟରେ ଘର ଭିତରେ ୧୮ ଜଣ ଥିଲେ । ନିଆଁ ଲାଗିବା ଫଳରେ ସେମାନଙ୍କ ମଧ୍ୟରୁ କିଛି ଲୋକ ଉପରୁ ଡେଇଁ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ନିଆଁ ଅଧିକ ବ୍ୟାପିବା ଯୋଗୁଁ ଆଉ କିଛି ଲୋକମାନେ ମଧ୍ୟ ଘର ଭିତରେ ଫସି ରହିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ୩୦ ଟି ଦମକଳବାହିନୀ ଗାଡି ପହଞ୍ଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଥମେ ପାଲମ ମେଟ୍ରୋ ଷ୍ଟେସନ ନିକଟ ଲେନ ନମ୍ବର ୨ରେ ଥିବା ଏକ କୋଠାରେ ଅଗ୍ନିକାଣ୍ଡ ସମ୍ପର୍କରେ ଏକ ଫୋନ୍ କଲ୍ ଯାଇଥିବା ଅଗ୍ନିଶମ ବିଭାଗ କହିଛି । ସେହି ଘରେ କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି ବୋଲି ମଧ୍ୟ ଅଗ୍ନିଶମ ବିଭାଗ କହିଛି । ସକାଳ ୭ଟାରେ ସେମାନଙ୍କୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ ୩୦ ଟି ଦମକଳ ବାହିନୀ ଗାଡି ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ଦିଲ୍ଲୀର ପାଲମର ଏକ କୋଠାରେ ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରିଛନ୍ତି । ସେ ମାଜିଷ୍ଟ୍ରେଟ୍ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସେ ତାଙ୍କ ସରକାରୀ X ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ‘‘ପାଲମର ଏକ ଖୋଠାରେ ଘଟିଥିବା ଅଗ୍ନିକାଣ୍ଡ ଦୁର୍ଭଗ୍ୟଜନକ । ତେଣୁ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ମୁଁ ଦୁଃଖିତ । କିଛି ଲୋକ ଏବେ ବି କୋଠାରେ ଫସି ରହିଛନ୍ତି । ସେମାନଙ୍କ ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ, ଦିଲ୍ଲୀ ଅଗ୍ନିଶମ ସେବା ବିଭାଗ ଏବଂ ଦିଲ୍ଲୀ ପୋଲିସ ଉଦ୍ଧାର କାର୍ଯ୍ୟର ନେତୃତ୍ୱ ନେଇଛନ୍ତି । ଏହା ବ୍ୟତୀତ ଘଟଣାର ତଦନ୍ତ ପାଇଁ ମାଜିଷ୍ଟ୍ରେଟ୍ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି ।”

Leave A Reply

Your email address will not be published.