
ନୂଆଦିଲ୍ଲୀ : ଭାରତୀୟ ପତାକା ଥିବା ଜାହାଜ ଜଗ୍ ଲଡକି ସୁରକ୍ଷିତ ଭାବେ ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି । ଜଗ୍ ଲଡକି ଏକ ତୈଳ ଟ୍ୟାଙ୍କର୍ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ୮୦ ହଜାର ଟନ୍ ମର୍ବାନ୍ ଅଶୋଧିତ ତୈଳ ନେଇ ଭାରତ ଆସିଛି ।
ପୂର୍ବରୁ ଦୁଇଟି ଭାରତୀୟ ଏଲପିଜି ଟ୍ୟାଙ୍କର୍ ଶିବାଲିକ୍ ଏବଂ ନନ୍ଦା ଦେବୀ ଇରାନର ହରମୁଜ୍ ପ୍ରଣାଳୀ ଦେଇ ଆସିଥିଲା । ଓମାନ ଉପସାଗରରେ ଥିବା ୟୁଏଇର ଫୁଜୈରା ବନ୍ଦରରେ ଅଶୋଧିତ ତୈଳ ଲୋଡ୍ କରୁଥିବା ସମୟରେ ଇରାନ ଜଗ୍ ଲଡକି ଉପରେ ଆକ୍ରମଣ କରିଥିଲା । ଜଗ୍ ଲଡକି ଉପସ୍ଥିତିରେ ଫୁଜାଇରା ବନ୍ଦର ଆକ୍ରମଣ କରିଥିଲା । ହେଲେ ଏହାର କୌଣସି କ୍ଷତି ହୋଇନଥିଲା । ଜଗ୍ ଲଡକି ଏବଂ ଏଥିରେ ଥିବା ସମସ୍ତ ଭାରତୀୟ ନାବିକ ଭାରତୀୟ ନୌସେନାର ସୁରକ୍ଷାରେ ସୁରକ୍ଷିତ ଭାବରେ ନିଜ ସ୍ୱଦେଶକୁ ଫେରି ଆସିଛନ୍ତି । ଜଗ୍ ଲଡକି ରବିବାର ଫୁଜୈରାହ ବନ୍ଦରରୁ ବାହାରିଥିଲା ଏବଂ ଶନିବାର ଇରାନ ଆକ୍ରମଣ ଯୋଗୁଁ ତେଲ କାରବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଥିଲା ।
ତେବେ ହରମୁଜ ପ୍ରାଣାଳୀ ଦେଇ ଭାରତୀୟ ନୌସେନା ପୁଣିଥରେ ସର୍ତକତା ଏବଂ ମଜବୁତି ଦେଖାଇଛି । ଭାରତୀୟ ଏଲପିଜି କ୍ୟାରିଅର ଏବଂ ଅଏଲ ଟ୍ୟାଙ୍କର ଭାରତ ପହଞ୍ଚିଛି ।