ରିଲ୍ସ ପାଇଁ ବାପାକୁ ବସ୍ତାରେ ପୁରାଇ କୋରିଅର କରିବାକୁ ଉଦ୍ୟମ

newyr25

ବେଙ୍ଗାଲୁରୁ: ରିଲ୍ସ ପାଇଁ ବଡ଼ ପାଗଳାମୀ । ବାପାକୁ ବସ୍ତା ଭିତରେ ପୁରାଇ କୋରିଅର କରିବାକୁ ଉଦ୍ୟମ କରୁଥିଲା ବେଳେ ଫସିଗଲେ ପରିବାର ଲୋକ । ଏଭଳି ଏକ କୌତୁହଳପୂର୍ଣ୍ଣ ଘଟଣା ଘଟିଛିରେ । ଯେଉଁ ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ବୃଦ୍ଧ ଲୋକଙ୍କୁ ବସ୍ତାରେ ବାନ୍ଧି କୋରିୟର କରିବାକୁ ଏକ ଘରୋଇ କୋରିୟର କଂପାନୀ ନିକଟକୁ ଆଣିଥିଲେ ତାଙ୍କ ପରିବାର । ପରେ କୋରିୟର କଂପାନୀର କର୍ମଚାରୀଙ୍କୁ ପାର୍ସଲ ଭିତରେ ଜଣେ ବୃଦ୍ଧ ଲୋକ ଥିବା ଜଣାଇ ଥିଲେ ସେମାନେ । ଏହା ଶୁଣି କୋରିୟର କମ୍ପାନୀର କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇ ପୋଲିସକୁ ସୂଚନା ଦେଇଥିଲେ। ପରେ ଜଣାପଡ଼ି ଥିଲା କି ବୃଦ୍ଧ ଜଣକ ହେଉଛନ୍ତି କୋରିୟର କରିବାକୁ ଆସିଥିବା ମହିଳାଙ୍କ ବାପା ।

ତେବେ ସେମାନେ କୁଆଡ଼େ ପର୍ବପର୍ବାଣୀ ପୂର୍ବରୁ ବସ୍ ଭଡ଼ା ବୃଦ୍ଧି ବିରୋଧରେ ପ୍ରତୀକାତ୍ମକ ପ୍ରତିବାଦ ସ୍ବରୂପ ଏକ ରିଲ କରୁଥିଲେ । ଅଭିଯୋଗ ପରେ ପୋଲିସ ତଦନ୍ତ ଚାଲିଛି । ବଡ଼ କଥା ହେଉଛି ପିଲାଙ୍କ ଏ ପାଗଳାମୀରେ ବାପାଙ୍କ ଜୀବନ ଯାଇଥାନ୍ତା ବସ୍ତା  ଭିତରେ ଥିବା ବୃଦ୍ଧଙ୍କ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହୋଇଥିଲା । ଏମିତିକି ପରିସ୍ଥିତି ଗୁରୁତର ମଧ୍ୟ ହୋଇଯାଇଥିଲା । ତେବେ ଠିକଣା ସମୟରେ ବସ୍ତାର ମୁହଁ ଖୋଲି ଦିଆଯିବାରୁ ସେ ବଞ୍ଚିଗଲେ । ଏହି ଘଟଣାକୁ ନେଇ ପୋଲିସ ସେହି ପରିବାରକୁ କଡ଼ା ତାଗିଦ କରିଛି । ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ ମଧ୍ୟ ଭବିଷ୍ୟତରେ ଏଭଳି କାମ ନକରିବାକୁ ସତର୍କ କରି ଛାଡ଼ି ଦେଇଥିଲେ । ସତରେ କି ରିଲ୍ସ ନିଶା ଲାଗିଛି ଯେ କେତେବେଳେ ଜୀବନ ନେଉଛି ତ କେବେ ପୁଣି ଏଭଳି ଅଘଟଣ ଘଟାଉଛି ।

Leave A Reply

Your email address will not be published.