ଚାର୍ଜିଂ ପଏଣ୍ଟରେ ବିସ୍ଫୋରଣ ଘଟି ଜଳିଗଲା ଘର : ୬ ମୃତ

add-all

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ଇନ୍ଦୋରରେ ଅଭାବନୀୟ ଘଟଣା ଘଟିଛି। ଯାହା ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି । ବ୍ରଜେଶ୍ବରୀ ଆନେକ୍ସ ଆବାସିକ ଅଞ୍ଚଳରେ ଥିବା ଗୋଟିଏ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର୍‌ ସମୟରେ ବ୍ରଜେଶ୍ବରୀ ଆନେକ୍ସ କଲୋନୀର ଏକ ଘରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ନିଆଁକୁ ନିୟନ୍ତ୍ରଣ କରାଯିବା ସହିତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ଘରର ଦୁଇଟି ମହଲାକୁ ଖାଲି କରାଯାଇଥିବାବେଳେ ଅନ୍ୟ ଏକ ମହଲାରେ ଆଉ କେହି ଫସି ରହିଛନ୍ତି ନାଁ ନାହିଁ ସେ ସବୁକୁ ଯାଞ୍ଚ କରାଯାଉଛି । ଇଲୋକ୍ଟ୍ରୋନିକ୍ସ ଗାଡ଼ି ଚାର୍ଜ ହେଉଥିବା ସମୟରେ ଚାର୍ଜି ପଏଣ୍ଟରେ ବିସ୍ଫୋରଣ ଘଟିଥିଲା। ଏବଂ ଘରେ ନିଆଁ ବ୍ୟାପିଯାଇଥିଲା ବୋଲି ଇନ୍ଦୋର ପୁଲିସ୍ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ପ୍ରଶାସନ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଅଗ୍ନିକାଣ୍ଡର ସଠିକ୍ କାରଣ ଜାଣିବାକୁ ଚେଷ୍ଟା କରୁଛି ।

ad-week
Leave A Reply

Your email address will not be published.