ଡାଲମା ହାଣ୍ଡିରେ ସାପ ! ୪୦ ଅସୁସ୍ଥ

newyr25

ପଟ୍ଟାମୁଣ୍ଡାଇ : ଡାଲମା ହାଣ୍ଡିରୁ ବାହାରିଲା ସାପ। ବିଷାକ୍ତ ଖାଦ୍ୟ ଖାଇ ୪୦ ଅସୁସ୍ଥ । ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ ୱାର୍ଡରେ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ୱାର୍ଡରେ ଭାଗବତ ସପ୍ତାହ ଅଵସରରେ ପ୍ରସାଦ ରନ୍ଧା ଯାଇଥିଲା ।

୪୦୦ ଲୋକଙ୍କ ପ୍ରସାଦ ସେବନ ପାଇଁ ଖାଦ୍ୟ ରନ୍ଧା ହୋଇଥିଲା ।  ପ୍ରସାଦ ସେବନ ସମୟରେ ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଥିବା ଦେଖି ଲୋକେ ଭୟଭୀତ ହୋଇପଡିଥିଲେ। ବିଷାକ୍ତ ଡାଲମା ଖାଇ ପ୍ରାୟ ୪୦ ଲୋକ ଅସୁସ୍ଥ ହୋଇପଡିଥିଲେ। ସମସ୍ତଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ମେଡିକାଲରେ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ଲମ୍ବା ଲାଇନ ଦେଖିବାକୁ ମିଳିଛି ।

Leave A Reply

Your email address will not be published.