ଜଳିଗଲା ଜରି କାରଖାନା, ୨ ମୃତ, ୯ ଆହତ

newyr25

ଗୁଜରାଟ : ଗୁଜରାଟ ସୁରତରେ ଥିବା ଜରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ଭରତ ନଗର ଗୌଶାଳା ଅଞ୍ଚଳ ସ୍ଥିତ ଏକ ଜରି କାରଖାନାରେ ଆଜି ସକାଳେ ଭୟଙ୍କର ନିଆଁ ଲାଗିଛି । ଏହି ଘଟଣାରେ ୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି । ନିଆଁ ବିଲିଡିଂର ୩ୟ ମହଲାରେ ଥିବା ଜରି କାରଖାନାରେ ଲାଗିଛି । ନିଆଁ ଏତେ ଭୟଙ୍କର ଥିଲା ଯେ, କାରଖାନା ଭିତରେ ଥିବା ଏଲପିଜି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଫଳରେ ନିଆଁ ଭୟଙ୍କର ରୂପ ଧରିଥିଲା ।

କାରଖାନାର ଛାତ ଟିଣ ସେଡ ରହିଥିଲା । ଏଠାରେ କାରିଗରମାନେ କାମ କରୁଥିଲେ । ଘଟଣା ବିଷୟରେ ସୂଚନା ମିଳିବା ପରେ ଫାୟାର ବ୍ରିଗେଡ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲା । ଟିମ୍ ନିଆଁକୁ ଆୟତ୍ତ କରିବା ସହ ଟିଣ ସେଡ୍ କାଡି ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିଥିଲା । ମୋଟ ୧୧ ଜଣ ଲୋକଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ୨ ଜଣ ଜୀବନ ଚାଲିଯାଇଛି ।

ନିଆଁ ଲାଗିଥିବା ସ୍ଥାନରୁ ପୋଲିସ ଏବଂ ଦମକଳ ବିଭାଗ ୮ଟି ଗ୍ୟାସ ସିଲିଣ୍ଡର ଜବତ କରିଛି । ତେବେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇପାରିନାହିଁ । ପୋଲିସ ମାମଲାର ଯାଞ୍ଚ କରୁଛି ।

Leave A Reply

Your email address will not be published.