ଏଲପିଜି ଗ୍ୟାସ୍ ବୁକିଂ ନାଁରେ ଠକେଇ, ଗୋଟିଏ କ୍ଲିକ୍‌ରେ ଆକାଉଣ୍ଟ ଖାଲି

newyr25

ନୂଆଦିଲ୍ଲୀ: ସାଇବର ଠକେଇ ନାଁରେ ଏକ ବଡ ଠକେଇ ସାମ୍ନାକୁ ଆସିଛି। ଡିଜିଟାଲ ଯୁଗରେ ସାଇବର ଠକେଇ ପଦ୍ଧତି ଏବେ ଆପଣଙ୍କ ରୋଷେଇ ଘରେ ପହଞ୍ଚିଛି। କେରଳ ପୁଲିସ୍‌ ଏଲପିଜି ଗ୍ୟାସ୍ ବୁକିଂ ନାଁରେ ଏକ ସାଂଘାତିକ ଠକେଇ ସମ୍ପର୍କରେ ଦେଶବ୍ୟାପୀ ସତର୍କତା ଜାରି କରିଛି। ଏହି ଠକେଇ ସେମାନେ ଅତ୍ୟନ୍ତ ଚତୁରତାର ସହ କରିଥାନ୍ତି।  ପ୍ରଥମେ ଆପଣଙ୍କ ଫୋନକୁ ଏକ ଏସଏମଏସ୍ ଆସିଥାଏ। ଯେଉଁଥିରେ ଲେଖାଥାଏ ଆପଣଙ୍କର ଗ୍ୟାସ ସଂଯୋଗ କାଟି ଦିଆଯିବ କିମ୍ବା ଆପଣଙ୍କର ସବସିଡି ବନ୍ଦ କରିଦିଆଯିବ। ଯେତେବେଳେ ଆପଣ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରନ୍ତି, ଠକମାନେ ଆପଣଙ୍କୁ ‘ଗ୍ୟାସ୍ ବିଲ୍ ଅପଡେଟ୍.ଏପିକେ’ ଭଳି ଏକ ଫାଇଲ୍ ଡାଉନଲୋଡ୍ କରିବାକୁ କୁହନ୍ତି। ଏହା ଏକ ସାଧାରଣ ଫାଇଲ୍ ନୁହେଁ, ବରଂ ଏକ ସ୍ପାଏୱେର୍ ସଫ୍ଟୱେର୍। ଡାଉନଲୋଡ୍ ହେବା ପରେ ଠକ ମାନେ ଆପଣଙ୍କ ଫୋନର ସବୁକିଛି ତଥ୍ୟ ହାସଲ କରିଥାନ୍ତି। ତା’ପରେ ସେମାନେ ଆପଣଙ୍କ ଫୋନରେ ପ୍ରାପ୍ତ ବ୍ୟାଙ୍କର OTP ପଢ଼ିଥାନ୍ତି । ଏବଂ ଆପଣଙ୍କ ଅଜାଣତରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନିଅନ୍ତି।

Leave A Reply

Your email address will not be published.