ପୋଷ୍ଟ ଅଫିସରୁ ଲକ୍ଷାଧିକ ଟଙ୍କା ଲୁଟ୍

newyr25

ଜଳେଶ୍ବର: ପୋଷ୍ଟ ଅଫିସରୁ ଲୁଟିଲେ ଦୁର୍ବୃତ୍ତ। ବିଳମ୍ବିତ ରାତିରେ ତାଲା ଭାଙ୍ଗି ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟିନେଲେ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବରୁଣଗଡିଆ ଡାକଘର ତାଲା ଭାଙ୍ଗି ଲୁଟ୍ ଅଭିଯୋଗ ହୋଇଛି । ଗତକାଲି ଅପରାହ୍ନରେ ପୋଷ୍ଟ ମାଷ୍ଟର ଦେବାଶିଷ ଦତ୍ତ ତାଲା ମାରି ଘରକୁ ଯାଇଥିଲେ ।

ଆଜି ସକାଳେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପହଞ୍ଚିଲେ । ଡାକଘର ତାଲା ଭାଙ୍ଗି ତଳେ ପଡ଼ିଥିବା ଦେଖି ବସ୍ତା ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ତଦନ୍ତ କରିଛି । ଡାକଘରୁ ନଗଦ ଟଙ୍କା ସହିତ ଗ୍ରାହକଙ୍କ ଜମାଖାତା ପ୍ରିଣ୍ଟର ମେସିନ ସମେତ ଅନ୍ୟାନ୍ୟ ସାମଗ୍ରୀ ଲୁଟ୍ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ପୂର୍ବମାସରେ, ବାରଙ୍ଗ ଥାନା ବେଲଗଛିଆ ଗ୍ରାମର ଗଜେନ୍ଦ୍ର ବେହେରାଙ୍କ ଘରୁ ସୁନା ଅଳଙ୍କାର ଲୁଟ୍ ହୋଇଥିଲା । ଘରେ ପଶି ବନ୍ଧୁକ ମୁନରେ ଲୁଟିଥିଲେ । ରାତି ପ୍ରାୟ ୯ଟା ବେଳକୁ ୭ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଗଜେନ୍ଦ୍ରଙ୍କ କବାଡ଼ ବାଡେଇ ପାଣି ମାଗିଥିଲେ । ଘର କବାଟ ଖୋଲିବା ପରେ ଗଜେନ୍ଦ୍ରଙ୍କୁ ଧକ୍କା ଦେଇ ଘର ଭିତରକୁ ମାରଣାସ୍ତ୍ର ନେଇ ପଶି ଯାଇଥିଲେ । ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ମାସେ ପୂର୍ବରୁ ଗଜେନ୍ଦ୍ରଙ୍କ ପୁଅ ମିଥୁନ ବେହେରାଙ୍କ ବିବାହ ହୋଇଥିଲା ।

ବିବାହରେ ଉପହାରରେ ମିଳିଥିବା ୨ଟି ସୁନା ହାର,୧୦ଟି ମୁଦି, ଚେନ୍, କାନଫୁଲ, ନାକଫୁଲ, ଶଙ୍ଖା, ପାଉଁଜି ଓ ଗୋଟିଏ ମୋବାଇଲ୍ ଫୋନ୍ ଆଦି ନେଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ବୋହୂ ରୁବିନା ପ୍ରତିବାଦ କରିବାରୁ ତାଙ୍କୁ ମୁହଁକୁ ବନ୍ଧୁକରେ ବାଡେଇ ଫଟାଇ ଦେଇଥିଲେ । ଖବରପାଇ ବାରଙ୍ଗ ଥାନା ପୋଲିସ ପହଞ୍ଚି ତଦନ୍ତ କରିଥିଲେ। ଗୁରୁତର ଅବସ୍ଥାରେ ରୁବିଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେପଟେ ଅଞ୍ଚଳରେ ପୋଲିସର ଢିଲା ପାଟ୍ରୋଲିଂ ନେଇ ପ୍ରଶ୍ନ ଉଠିଥିଲା ।

Leave A Reply

Your email address will not be published.