ଅଖାରୁ ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ

add-all

 କରଞ୍ଜିଆ: ଅଖା ଭିତରୁ ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। କରଞ୍ଜିଆ ଏନଏସି ୱାର୍ଡ ନ ୧୫ ବଣସାହି ନିକଟରେ ଅଖା ଭିତରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ । ନିଖୋଜ ହୋଇଥିବା ନେଇ ଗତକାଲି ବିଳମ୍ବିତ ରାତିରେ ଥାନାରେ ଏତଲା କରିଥିଲେ ପରିବାର ଲୋକେ। ଆଜି ସକାଳୁ ଘର ଠାରୁ ୨୦୦ମିଟର ଦୂରରେ ଏକ ଅଖା ଭିତରୁ ମିଳିଲା ମୃତଦେହ। ମୃତ ଛାତ୍ରୀ ଜଣକ କରଞ୍ଜିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୮ମ ଶ୍ରେଣୀରେ ପଢ଼ୁଥିବା ନେଇ ସୂଚନା ମିଳିଛି। ଏନେଇ କରଞ୍ଜିଆ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହେଇଛି।

ସୂଚନାଯୋଗ୍ୟ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସାରୁଆଳି ଗାଁ ଜଙ୍ଗଲ ନିକଟରୁ ମୃତଦେହ ଠାବ । କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା । ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସାରୁଆଳି ଗାଁ ଜଙ୍ଗଲ ନିକଟରୁ ମୃତଦେହ ଠାବ । ଭୁବନ ଥାନା ଅଞ୍ଚଳର ଛାତ୍ରୀ କାମାକ୍ଷାନଗର ମହିଳା ମହାବିଦ୍ୟାଳୟରେ ପାଠ ପଢ଼ୁଥିଲେ । ଗତକାଲି କଲେଜରେ ପରୀକ୍ଷା ଦେବାପରେ ଘରକୁ ଫେରିନଥିଲେ । ରାତିରେ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ।

ଆଜି ସକାଳୁ ଛାତ୍ରୀଙ୍କ ମୃତଦେହ ସାରୁଆଳି ଜଙ୍ଗଲ ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଛାତ୍ରୀଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବା ବେଳେ ପାରିପାର୍ଶ୍ଵିକ ସ୍ଥିତିରୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ଢେଙ୍କାନାଳ ଏସପି,ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ବାଡ ପହଞ୍ଚିଥିଲେ ।

ad-week
Leave A Reply

Your email address will not be published.