ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଓଏସ୍ଆରଟିସି ଅଫିସ ଆଗରେ ପ୍ରତିବାଦ

newyr25

ଭୁବନେଶ୍ବର: ଦୁର୍ଘଟଣାରେ ଓଏସ୍ଆରଟିସି ଡ୍ରାଇଭରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । କ୍ଷତିପୂରଣ ଦାବିରେ ଭୁବନେଶ୍ବର ଓଏସ୍ଆରଟିସି ଅଫିସ ଆଗରେ ମୃତଦେହ ରଖି ପ୍ରତିବାଦ କରୁଛନ୍ତି ପରିବାର । ଗତକାଲି ରାତିରେ ପଶ୍ଚିମବଙ୍ଗର ମେଦିନୀପୁର ପାଖରେ ଘଟିଛି ଦୁର୍ଘଟଣା । ମୃତକ ହେଉଛନ୍ତି କଟକ ଜିଲ୍ଲା ବାଙ୍କୀ ବୈଦେଶ୍ୱରର ପ୍ରମୋଦ କୁମାର ମହାପାତ୍ର।

ଦୁର୍ଘଟଣା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଭୁବନେଶ୍ବର ଓଏସ୍ଆରଟିସି ଅଫିସ ଆଗରେ ମୃତଦେହ ରଖି ପ୍ରତିବାଦ କରୁଛନ୍ତି ପରିବାର ଲୋକ । କ୍ଷତିପୂରଣ ସହ ପରିବାର ଜଣଙ୍କୁ ଚାକିରି ଦାବି କରିଛନ୍ତି  । ୨୫ ବର୍ଷ ହେଲା ଓଏସ୍ଆରଟିସିରେ କାମ କରୁଥିଲେ ପ୍ରମୋଦ ମହାପାତ୍ର । ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ ।

ସୂଚନାଯୋଗ୍ୟ, ଜଲାରପୁର ଗାଁର ଜ୍ୟୋତିରଞ୍ଜନ ବାରିକଙ୍କ ପତ୍ନୀ ଚନ୍ଦ୍ରକାନ୍ତାଙ୍କର ଗଲ୍ ବ୍ଲାଡରରେ ଷ୍ଟୋନ ଅପରେସନ ପାଇଁ ଭର୍ତ୍ତି କରାଯାଇଥିଲା । ଅପରେସନ ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ନିଆଳି ସ୍ଥିତ ହସ୍ପିଟାଲରେ ଚିକିତ୍ସାରେ ତ୍ରୁଟି ଓ ଭୁଲ ଇଞ୍ଜେକ୍ସନ ପାଇଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ ପରିବାର ।

ହସ୍ପିଟାଲ ସମ୍ମୁଖରେ ମୃତଦେହ ରଖି କ୍ଷତିପୂରଣ ଦାବି କରିଥିଲେ । ହସ୍ପିଟାଲରେ ଲାଗିଥିବା ଡିଜି ସେଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ । ନିଆଳି ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲା । ନିଆଳି ପୋଲିସ ଓ କଟକ ଗ୍ରାମାଞ୍ଚଳ ଏସପି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ବିଳମ୍ବିତ ରାତିରେ ଲୋକମାନେ ପ୍ରତିବାଦରୁ ଉଠିଥିଲେ । ଆଜି ପୋଲିସ ଉପସ୍ଥିତିରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ହେବ ।

Leave A Reply

Your email address will not be published.