ଅନ୍ୟ ଜାତିରେ ଝିଅର ନିର୍ବନ୍ଧ କରି ଜାତିରୁ ବାଛନ୍ଦ ହେଲେ ପୂର୍ବତନ ବିଧାୟକ

add-all

ନବରଙ୍ଗପୁର: ନିଜ ଝିଅକୁ ଅନ୍ୟ ଜାତିରେ ବିବାହ କରିବାକୁ ପ୍ରସ୍ତୁତ ହେଉଥିବାକୁ ନେଇ ଅଡୁଆରେ ଫସିଛନ୍ତି ନବରଙ୍ଗପୁରର ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ । ତାଙ୍କୁ ଏବଂ ତାଙ୍କ ପରିବାରକୁ ନିଜ ଜାତିରୁ ବାସନ୍ଦ କରିଛି ଅଖିଳ ଭାରତୀୟ ଭତରା ବିକାଶ ପରିଷଦ । ଏନେଇ ପରିଷଦ ପକ୍ଷରୁ ଚିଠି ମାଧ୍ୟମରେ ସୂଚନା ଦିଆଯାଇଛି । ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ ତାଙ୍କ ଝିଅକୁ ଅନ୍ୟ ଜାତିର ପୁଅ ସହ ବିବାହ ଠିକ କରି ନିର୍ବନ୍ଧ ସାରି ଏବେ ବିବାହ ପାଇଁ କରିବାକୁ ପ୍ରସ୍ତୁତି କରୁଥିବା ବେଳେ, ଏହା ଭତରା ସମାଜ ବିରୁଦ୍ଧ ହୋଇଥିବାରୁ ତାଙ୍କୁ ଓ ତାଙ୍କ ପରିବାରକୁ ବାସନ୍ଦ କରାଯାଇଥିବା ଚିଠିରେ ଦର୍ଶାଯାଇଛି ।  ଆଜି ଝରିଗାଁ ବ୍ଲକ ଧାମଣାଗୁଡ଼ା ଦନ୍ତେଶ୍ୱରି ମନ୍ଦିର ପରିସରରେ ଜିଲ୍ଲା ଅଖିଳ ଭାରତୀୟ ଭତରା ବିକାଶ ପରିଷଦର ଏକ ଗୁରୁତ୍ବ ପୂର୍ଣ୍ଣ ବୈଠକ କରାଯାଇ ଏହି ନିଷ୍ପତି ନିଆଯାଇଛି । ଏହି ବୈଠକରେ ସମାଜର ସଭାପତି ସମ୍ପାଦକଙ୍କ ସହ ୧୦ ଗୋଟି ବ୍ଲକର ସଭାପତି ଏବଂ ବହୁ ସଦସ୍ୟ ଉପସ୍ଥିତ ରହି ଏ ନିଷ୍ପତ୍ତି ନେଇଛନ୍ତି ।

ସୂଚନା ଅନୁଯାଇ ନବରଙ୍ଗପୁରର ପୂର୍ବତନ ବିଜେଡି ବିଧାୟକ ସଦାଶିବ ପ୍ରଧାନୀ ତାଙ୍କ ଝିଅକୁ ଭତରା ସମାଜର ନୀତି ଓ ନିୟମ ନ ମାନି ଅନ୍ୟ ଜାତି (ବ୍ରାହ୍ମଣ  ପୁଅ କୁ ବିବାହ କରିବାକୁ ଯାଉଥିବା ବୈଠକ ରେ  ଆଲୋଚନା ହୋଇଥିଲା । ତାଙ୍କ ଝିଅ ଓ ଅନ୍ୟ ଜାତିର ପୁଅ ସହ ନିର୍ବନ୍ଧ ସରି ଯାଇଥିବା ବେଳେ ଏହା ଜିଲ୍ଲା ଅଖିଳ ଭାରତୀୟ ବିକାଶ ପରିଷଦ ଜାଣି ପାରିଥିଲେ । ଜଣେ ଭତରା ପରିବାରର ହୋଇଥିଲେ ସୁଦ୍ଧା ଅନ୍ୟ ଜାତିର ପୁଅକୁ ବିବାହ ଦେଉ ଥିବାରୁ ଜିଲ୍ଲା ଭତରା ସମାଜ ତରଫରୁ ଏହାକୁ ଘୋର ବିରୋଧ କରାଯିବା ସହ ଆଜି ଝରିଗାଁ ବ୍ଲକ ଧାମନାଗୁଡା ଅନ୍ତର୍ଗତ ଦନ୍ତେଶ୍ୱରି ମନ୍ଦିର ପରିସରରେ ଜିଲ୍ଲାର ୧୦ ଗୋଟି ବ୍ଲକର ଭତରା ସମାଜର କାର୍ଯ୍ୟକର୍ତ୍ତାଙ୍କୁ ଡକା ଯାଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ସର୍ବସମ୍ମତି କ୍ରମେ ଭତରା ସମାଜର ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ରେ ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ ଓ ତାଙ୍କ ପରିବାରକୁ ଜିଲ୍ଲାର ୧୦ ଗୋଟି ବ୍ଲକ ର ଭତରା ସମାଜ ତରଫରୁ ବାସନ୍ଦ କରାଯାଇଥିଲା । ଏହି ବାସନ୍ଦ ସମୟରେ ଶ୍ରୀ ପ୍ରଧାନୀଙ୍କ ପରିବାର ଲୋକଙ୍କ କୌଣସି ସୁଖ, ଦୁଃଖ କିମ୍ବା ସାମାଜିକ କାର୍ଯ୍ୟରେ ଜିଲ୍ଲାର ଭତରା ସମାଜର ଲୋକେ ଯୋଗ ଦେବେ ନାହିଁ କି ଆଉ କାହାର ସୁଖ ଦୁଃଖ ପର୍ବ ପର୍ବାଣିରେ ମଧ୍ୟ ତାଙ୍କ ପରିବାର କୌଣସି ସଦସ୍ୟ ଯୋଗ ଦେଇ ପାରିବେ ନାହି, ଏନେଇ ଉଭୟ ଅଖିଳ ଭାରତୀୟ ଭତରା ବିକାଶ ପରିଷଦର କୌଣସି ସଦସ୍ୟ କିମ୍ବା ସାମାଜିକ ବାସନ୍ଦର ଶିକାର ହୋଇଥିବା ସଦାଶୀବ ପ୍ରଧାନୀ ଓ ତାଙ୍କ ପରିବାରର କୌଣସି ସଦସ୍ୟଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ସୂଚନାଯୋଗ୍ୟ ଯେ, ଏଥିପୂର୍ବରୁ ନିଜ ଭଉଣୀଙ୍କୁ ଅନ୍ୟ ଜାତିରେ ବାହା ଦେବା ସହ ନିଜେ ଅନ୍ୟ ଜାତିରେ ବିବାହ ହୋଇଥିବା ଅଭିଯୋଗ ଆଣି ପୂର୍ବତନ ଲୋକସଭା ସାଂସଦ ପ୍ରଦୀପ ମାଝୀ ଏବଂ ତାଙ୍କ ବାପା ଭଗବାନ ମାଝୀଙ୍କୁ ମଧ୍ୟ ନିଜ ସମାଜରୁ ୧୨ ବର୍ଷ ପାଇଁ ବାସନ୍ଦ ଦଣ୍ଡ ଭୋଗିବାକୁ ପଡିଛି ।

ad-week
Leave A Reply

Your email address will not be published.