ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ, ଜଣେ ଗୁରୁତର ଆହତ…

newyr25

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଇବୋଗା ଥାନା ଅଞ୍ଚଳର ଝମନକିରା ସ୍କୁଲ ରାସ୍ତାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି ! ଗତକାଲି, ୨୧ ମାର୍ଚ୍ଚ, ୨୦୨୬, ସନ୍ଧ୍ୟା ପ୍ରାୟ ୫ଟା ସମୟରେ, ବୀରମିତ୍ରପୁର ଥାନା ଦେବକରଣ ମୁସଲିମ ଦଫାଇ ଅଞ୍ଚଳର ବାସିନ୍ଦା ବିଶାଳ ବାର୍ଲା ଏବଂ ମିଖେଲ ଡୁଙ୍ଗଡୁଙ୍ଗ OD 14 AL 0263 ନମ୍ବର ବାଇକ୍ ରେ କିଛି କାମ ପାଇଁ ଯାଇଥିଲେ ! ଘରକୁ ଫେରୁଥିବା ସମୟରେ, ବିପରୀତ ଦିଗରୁ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା ! ବିଶାଳ ବାର୍ଲା ଏବଂ ମିଖେଲ ଡୁଙ୍ଗଡୁଙ୍ଗ ରାସ୍ତାରେ ପଡ଼ି ଗୁରୁତର ଆହତ ହୋଇଥିଲେ ! ନାସାର୍ତ୍ତ ନ୍ୟୁଜ୍ ସାମ୍ବାଦିକ ଅବଦୁଲ ସୋହାଭ ତୁରନ୍ତ ଏକ ଆମ୍ବୁଲାନ୍ସ ଡାକି ଚିକିତ୍ସା ପାଇଁ ବୀରମିତ୍ରପୁର ସରକାରୀ ଡାକ୍ତରଖାନାକୁ ପଠାଇଥିଲେ ! ସେଠାରେ ଡାକ୍ତର ବିଶାଳଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ ! ମିଖେଲଙ୍କୁ ପ୍ରାଥମିକ ଚିକିତ୍ସା ଦେବା ପରେ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ! ମୃତକଙ୍କ ବାପା ରାଜୁ ବାର୍ଲା ରାଇବୋଗା ପୋଲିସ ଷ୍ଟେସନକୁ ଯାଇ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ ! ଥାନା ଅଧିକାରୀ ଦିବ୍ୟ କୁମାର ଉରାମ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଜବତ କରି ଥାନା ରେ ଅଟକ ରଖି, ସବ ଜବତ କାରି ବେବ ଛେଦ ପରେ ଘର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣା ପଡିଛି !

Leave A Reply

Your email address will not be published.