ଓଡ଼ିଆ ଗାୟିକା ଦିପ୍ତୀରେଖାଙ୍କ ୟୁଟ୍ୟୁବ ଲିଙ୍କକୁ ସୋସିଆଲ ମିଡିଆରେ ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ

add-all

ଭୁବନେଶ୍ୱର : ଓଡ଼ିଆ ଗାୟିକା ଦୀପ୍ତିରେଖା ପାଢୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା ।  ଦୀପ୍ତିରେଖାଙ୍କ ଏକ ଭଜନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରି ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି । ମାଆ ଦୁର୍ଗତି ନାଶିନୀଙ୍କ ଉପରେ ଦୀପ୍ତିରେଖା ଗାୟିଥିବା ଏକ ଭଜନକୁ ନେଇ ମୋଦି ହିନ୍ଦିରେ ଉଲ୍ଲେଖ କରିଛନ୍ତି, ମାତା କି ଭକ୍ତି ମେଁ ବିରାଟ ଶକ୍ତି ହେ । ଦେବୀ ମାଆଙ୍କ ବନ୍ଦନାରେ ଶ୍ରଦ୍ଧାଳୁଙ୍କ ମନରେ ସକରାତ୍ମକ ଉର୍ଜାରେ ଭରିଯାଉଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ଏଭଳି ଟ୍ୟାଗ୍ ଲାଇନ ସହ ଜଣାଶୁଣା ସିଙ୍ଗର ଦିପ୍ତୀରେଖାଙ୍କ ଏକ ୟୁଟ୍ୟୁବ ଲିଙ୍କକୁ ପ୍ରଧାନମନ୍ତ୍ରୀ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ପୋଷ୍ଟ ପରେ ଦିପ୍ତୀରେଖାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବା ଆରମ୍ଭ କରିଛି। ସୋସିଆଲ ମିଡିଆରେ ଦୀପ୍ତିରେଖାଙ୍କୁ ସଙ୍ଗୀତ ପ୍ରେମୀ ଅଭିନନ୍ଦନ ଜଣାଉଛନ୍ତି। ଦିପ୍ତୀରେଖା ଖୁସିରେ କହିଛନ୍ତି, ସେ କେବେ ଭାବି ପାରିଥିଲେ ପ୍ରଧାନମନ୍ତ୍ରୀ ମୋ ଭଜନ ଓ ଭିଡିଓକୁ ନିଜେ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିବେ । ଏହା ମୋ ପାଇଁ ଅବିଶ୍ବନୀୟ ଭଳି ଲାଗୁଛି ।

ad-week
Leave A Reply

Your email address will not be published.