କଳାବାଘ ଛାଲ ଜବତ, ୨ ଗିରଫ

newyr25

ମୟୁରଭଞ୍ଜ : ଶିମିଳିପାଳରେ କଳା ବାଘ ଶିକାର ।  ଶିକାର କରି ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ ।  ବାଘ ଛାଲ ଜବତ୍ କରିବା ସହ ଘଟଣା ସ୍ଥଲରୁ ୨ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିଲା ବନ ବିଭାଗ ।  ବାରିପଦା ବନଖଣ୍ଡ ଅଧୀନସ୍ଥ କୁଳିଅଣା ନିକଟରୁ ଗୋଟିଏ କଳାବାଘ ଛାଲ ବିକ୍ରି କରିବାକୁ ଉଦ୍ୟମ କରୁଥିବା ଖବର ପାଇ ଗତକାଲି ରାତିରେ ଚଢ଼ାଉ କରିଥିଲା ବନ ବିଭାଗ। ।   ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଆଜି ବିଭିନ୍ନ ସ୍ଥାନରେ ଚଢାଉ କରି ଆଉ ୩ ଜଣ ଅଭିଯୁକ୍ତଙ୍କୁ ଆଣି ପଚରା ଉଚରା ଜାରି ରଖିଛି ବନ ବିଭାଗ ।  ବର୍ତ୍ତମାନ ସୁଦ୍ଧା ୫ ଜଣ ଅଭିଯୁକ୍ତ ଧରା ପଡ଼ିଥିବା ବେଳେ ଏବେ ମଧ୍ୟ ଶିକାର ଘଟଣାରେ ଆହୁରି ଅନେକ ଅଭିଯୁକ୍ତ ସଂପୃକ୍ତ ଥିବା ସୂଚନା ମିଳିଛି ।  ତଦନ୍ତରେ ବାଧା ଉପୁଜିବ ବୋଲି ବନ ବିଭାଗ ପକ୍ଷରୁ ସବିଶେଷ ତଥ୍ୟ ପ୍ରଦାନ କରାଯାଇ ନାହିଁ ।  ତଦନ୍ତ ପରେ ସମସ୍ତ ତଥ୍ୟ ଗଣମାଧ୍ୟମକୁ ପ୍ରଦାନ କରାଯିବ ବୋଲି ବାରିପଦା ଡିଏଫଓ କହିଛନ୍ତି ।

Leave A Reply

Your email address will not be published.