ଯୁଦ୍ଧବିରତି ନେଇ ଆଲୋଚନା ହୋଇନଥିବା କହିଲା ଇରାନ

newyr25

ନୂଆଦିଲ୍ଲୀ : ଟ୍ରମ୍ପଙ୍କୁ ଝଟକା  ! ଇରାନ ମନା କଲା ।  ଆମେରିକା ସହ କୌଣସି ସିଧାସଳଖ ଆଲୋଚନା ହୋଇନଥିବା କହିଛି ଇରାନ ।  ଇରାନର ବୈଦେଶିକ ମନ୍ତ୍ରୀ ଆମେରିକାର ଦାବିକୁ ଖଣ୍ଡନ କରି କହିଛନ୍ତି ଯେ, ୱାଶିଂଟନ୍ ସହିତ ସେମାନଙ୍କର କୌଣସି ସିଧାସଳଖ ଆଲୋଚନା ହୋଇନାହିଁ ।  ଆମେରିକା କେବଳ ସମୟ ଗଡ଼ାଇବା ପାଇଁ ଏଭଳି ମିଥ୍ୟା ପ୍ରଚାର କରୁଛି ବୋଲି ଇରାନ ଅଭିଯୋଗ କରିଛି ।

ଇରାନ ସରକାର ସ୍ପଷ୍ଟ କରିଛନ୍ତି ଯେ, ସେମାନେ କୌଣସି ଯୁଦ୍ଧବିରତି (Ceasefire) ଚୁକ୍ତି ଉପରେ ସହମତ ହୋଇନାହାନ୍ତି ।  ଯଦିଓ କିଛି ଆଲୋଚନା ଚାଲିଛି, ତାହା କେବଳ ଅନ୍ୟ ଦେଶମାନଙ୍କ ମଧ୍ୟସ୍ଥତାରେ ହେଉଛି  ।  କିନ୍ତୁ ଆମେରିକା ସହ ସାମ୍ନାସାମ୍ନି କୌଣସି କଥାବାର୍ତ୍ତା ହୋଇନାହିଁ ବୋଲି ଇରାନ ମନା କରିଛି ।

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଗତ ଦୁଇ ଦିନରେ ଇରାନ ଓ ଆମେରିକା ମଧ୍ୟରେ ଫଳପ୍ରଦ ଆଲୋଚନା ହୋଇଥିବା ଟ୍ରମ୍ପ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି  ।  ଆମ ଶତ୍ରୁଙ୍କ ସହ ଆଲୋଚନା ଏକପ୍ରକାର ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି ବୋଲି ଆମେରିକା କହିଛି ।

Leave A Reply

Your email address will not be published.