
ନିଦ୍ରାରେ ଯୋଗାଣ ବିଭାଗ ଓ ଜିଲ୍ଲା ପ୍ରଶାସନ …..!
ବ୍ରହ୍ମପୁର: ଯୁଦ୍ଧ ଆରମ୍ଭରୁ ଆସିକା ଅଞ୍ଚଳରେ ଗ୍ୟାସର ଅଭାବ ଦେଖା ଦେଇଛି। ଗ୍ୟାସ ପାଇଁ ଲୋକେ ସକାଳ ହେଲେ ଲମ୍ବା ଲାଇନ ଲଗାଇ ଗ୍ୟାସ ସିଲିଣ୍ଡର ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିବା ଲକ୍ଷ କରାଯାଇଛି।ଆସିକା ଅଞ୍ଚଳରେ କିଛି ବ୍ୟବସାୟୀ ମାନେ ପୂର୍ବରୁ ଲୋକଙ୍କ ଗ୍ୟାସ ଖାତା ନେଇ ପ୍ରତି ମାସରେ ଗ୍ୟାସ ବୁକ କରି ଚଢ଼ା ଦରରେ ବିକ୍ରି କରୁଥିବାର ନଜିର ରହିଛି। ବର୍ତ୍ତମାନ ପରିସ୍ଥିତି ରେ ଗ୍ୟାସ ସିଲିଣ୍ଡେର ପୂର୍ବରୁ ଭଡ଼ା ରେ ରଖି ଗ୍ୟାସ ମହଜୁଦ ରଖି ଗ୍ୟାସ ସିଲିଣ୍ଡେର ପ୍ରତି ଦୁଇ ହଜାର ଟଙ୍କାରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଯୋଗାଣ ବିଭାଗ କୁ ଫୋନ କରି ଅଭିଯୋଗ କଲେ ଖାଉଟି ଡ଼ିଲେର ମାନଙ୍କୁ ତଦନ୍ତ କରିବାକୁ ମେଡମ ପଠାଉ ଥିବା ଚର୍ଚ୍ଚା ହେଉଛି। ଗ୍ୟାସର ବିକଳ୍ପ ଇଣ୍ଡେକ୍ସନ ଚୁଲା ରହିଥିବା ବେଳେ ଇନ୍ଦକ୍ସନ ଚୁଲା ଦର ହୁ ହୁ ହୋଇ ବଢ଼ି ଚାଲିଛି। ଦୀର୍ଘ ଦିନ ହେଲା କେତେକ ବ୍ୟବସାୟୀ ମାନେ ବନ୍ଧା ରଖିଥିବା ଖାତା ଗୁଡିକର କେୱାସି ସମେତ ଅନ୍ୟ କାଗଜ ପତ୍ରରେ ତ୍ରୁଟି ରହିଛି। ଯାହା ଫଳରେ ଗ୍ୟାସ ମିଳିବାରେ ନା ନା ଅସୁବିଧାର ସମ୍ମୁଖୀନ ହେବାର ପଡୁଛି। ବିଭାଗୀୟ ମନ୍ତ୍ରୀ ସବୁବେଳେ ବାକ୍ୟ ବୀର ଭାବେ ଆଳୁ ଠାରୁ ଆରମ୍ଭ କରି ଗ୍ୟାସର ବି ଅଭାବ ନାହିଁ କହୁଥିବା ସାଧାରଣ ରେ ଆଲୋଚନା ର ବିଷୟ ବସ୍ତୁ ହୋଇଛି।