ବିଧାନସଭାରେ ଏସସିବି ତାତି : ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ହଟ୍ଟଗୋଳ, ଗୃହ ମୁଲତବି

newyr25

ଭୁବନେଶ୍ୱର :  ବିଧାନସଭାରେ ଥମୁନି ଏସସିବି ତାତି ।  ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ।  ଚାଲିପାରିନଥିଲା ପ୍ରଶ୍ନକାଳ ।  ଆଜି ବିଧାନସଭା ଆରମ୍ଭ ହେବା ପରେ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ ପ୍ରବଳ ହଟ୍ଟଗୋଳ କରିଥିଲେ ।  ପ୍ରବଳ ପାଟିତୁଣ୍ଡ ଯୋଗୁ ଗୃହକୁ ବାଚସ୍ପତି ଦିନ ସାଢ଼େ ଏଗାରଟା ଯାଏ ମୁଲତବି ରଖିଥିଲେ ।

ପରେ ପରିସ୍ଥିତିରେ ସଧାର ନ ଆସିବରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି ରଖିଛନ୍ତି ବାଚସ୍ପତି ।  ସେପଟେ ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ନବୀନଙ୍କ ଉଦବେଗ ।  ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ଏସସିବି ଦୁର୍ଘଟଣାର ୯ ଦିନ ପରେ ଜଣେ ବି କେନ୍ଦ୍ରମନ୍ତ୍ରୀ ହସ୍ପିଟାଲ ପରିଦର୍ଶନରେ ଆସିନାହାନ୍ତି ।  ଆମ ସରକାର ବେଳେ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା ।

ସେତେବେଳେ ଏକାଧିକ କେନ୍ଦ୍ରମନ୍ତ୍ରୀ ହସ୍ପିଟାଲ ପରିଦର୍ଶନ କରିଥିଲେ ।  କିନ୍ତୁ ଏସସିବି ଘଟଣା ପରେ ଜଣେ ବି କେନ୍ଦ୍ରମନ୍ତ୍ରୀ ପରିଦର୍ଶନ ନକରିବା ଦୁଃଖର ବିଷୟ ।  ଏହାସହ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।  ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି ।  ସେହିପରି କଂଗ୍ରେସ କହିଛି, ସରକର ଦୋଷୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି  l

ଓଡ଼ିଶାବାସୀ ସ୍ୱାସ୍ଥ୍ୟ ବ୍ୟବସ୍ଥାରୁ ବଂଚିତ ହଉଛନ୍ତି ।  ବିରୋଧୀ ସ୍ୱର ଉଠାଇଛନ୍ତି ସେ ସ୍ବର ଗଣତନ୍ତ୍ରର ବୋଲି କହିଛି ।  ସେପଟେ ବିରୋଧୀଙ୍କୁ ଆଲୋଚନାରେ ଭାଗ ନେବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ‘ସେମାନେ ଯାହା ଚାହୁଁଛନ୍ତି ଆଲୋଚନାରେ ଭାଗ ନେଇ ରେକର୍ଡ କରିପାରିବେ ବୋଲି କେଭି କହିଛନ୍ତି।

Leave A Reply

Your email address will not be published.