ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ତାଲିମ ପ୍ରଦାନ କାର୍ଯ୍ୟକ୍ରମ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଓଡ଼ଗାଁ ଏନଏସିର ପିଏମଶ୍ରୀ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ପ୍ରସ୍ତୁତି ସମ୍ପର୍କିତ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପିଏମଶ୍ରୀ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ସରକାରୀ କୃଷି ନିର୍ଦ୍ଦେଶକ ମୃତ୍ତିକା ରସାୟନବିତ ନଭେଶ ପଟ୍ଟନାୟକ , କୃଷି ଜିଲ୍ଲା ଅଧିକାରୀ ପବିତ୍ର ମୋହନ ସାହୁ ଏବଂ ଓଡ଼ଗାଁ ବ୍ଲକ କୃଷି ଅଧିକାରୀ ପ୍ରତିଭା ପ୍ରଧାନ ପ୍ରମୁଖ ଯୋଗଦେଇ ତାଲିମ ସମୟରେ ମୃତ୍ତିକା ନମୁନା ସଂଗ୍ରହ ସମ୍ପର୍କରେ ଆଲୋଚନା କରିଥିଲେ। ଜମିର ଖାଲ, ଢିପ କିମ୍ବା ଗଛ ଛାୟା ତଳୁ ମାଟି ନେବା ଉଚିତ ନୁହେଁ ବୋଲି ସୁପାରିସ କରାଯାଇଥିଲା ମାତ୍ର ଜେଡ ସେଫରେ ଜମିର ୧୦ଟି ସ୍ଥାନରୁ ଉପର ଘାସ ହଟାଇ ୪-୫ ଇଞ୍ଚ ତଳୁ ମାଟି ସଂଗ୍ରହ କରି ଏକତ୍ର କରିବାକୁ କୁହାଯାଇଥିଲା ।ସେହି ମାଟିକୁ ଚାରି ଭାଗରେ ବିଭକ୍ତ କରି ଦୁଇ ଭାଗ ବାହାର କରି ଅନୁମାନିତ ୫୦୦ ଗ୍ରାମ ମାଟି ପଲିଥିନ ବ୍ୟାଗରେ ସଂରକ୍ଷଣ କରି ପରୀକ୍ଷାଗାରକୁ ପଠାଇବାକୁ କୁହାଯାଇଥିଲା।ଲ୍ୟାବରେ ମାଟିର ୧୨ ପ୍ରକାର ଦ୍ରବ୍ୟଗୁଣ ପରୀକ୍ଷା ପରେ ମୃତ୍ତିକାରେ ସଠିକ୍ ଗୁଣବତ୍ତା ଓ ପୋଷକତା ବିଷୟରେ ରିପୋର୍ଟ ମିଳିପାରିବ । ଏହା ସହିତ ପରବର୍ତ୍ତୀ ସମୟରେ ପୁଣିଥରେ ପ୍ରୟୋଗିକ ତାଲିମ ପାଇଁ ମାଟି ପରୀକ୍ଷା ଯନ୍ତ୍ର ଆଣି ବାଳିକା ମାନଙ୍କୁ ପ୍ରାକ୍ଟିକାଲ ତାଲିମ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି ।

ad-week
Leave A Reply

Your email address will not be published.