ବ୍ରହ୍ମପୁର ସବ୍-ଷ୍ଟେସନର ଉନ୍ନତୀକରଣ ଫଳରେ ହଜାର ହଜାର ଉପଭୋକ୍ତା ଉପକୃତ

newyr25

ଉଭୟ ବ୍ୟାବସାୟିକ ଓ ଆବାସିକ ଅଞ୍ଚଳର ଫିଡର ନେଟୱର୍କର ସୁଦୃଢ଼ୀକରଣ

  • ଭୋଲ୍ଟେଜରେ ସ୍ଥିରତା ଆସିବା ସାଙ୍ଗକୁ ଆଉଟେଜ୍ କମ୍ ହେବ

ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ତରଫରୁ ବ୍ରହ୍ମପୁର ସିଟି ସର୍କଲ ଅଧୀନସ୍ଥ ବ୍ରହ୍ମପୁର ଇଲେକ୍ଟ୍ରିକାଲ ଡିଭିଜନ- ୧ରେ ନୂତନ ୩୩/୧୧ କେଭି ପ୍ରାଇମେରୀ ସବଷ୍ଟେସନ(ନ୍ୟୁ ଖଲିକୋଟ୍ କଲେଜ ପିଏସ୍ଏସ୍) କାର୍ଯ୍ୟକ୍ଷମ ହୋଇଛି । କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ ଏହାକୁ ଉଦଘାଟନ କରିଛନ୍ତି । ଏହାଦ୍ୱାରା ବ୍ରହ୍ମପୁର ସମେତ ଏହାର ଆଖପାଖ ଅଞ୍ଚଳରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢୀକରଣ ହୋଇଛି ।

ନବ ନିର୍ମିତ ପିଏସ୍ଏସ୍ ରେ ଦୁଇଟି ୧୦ଏମଭିଏ କ୍ଷମତାର ପାୱାର ଟ୍ରାନ୍ସଫର୍ମର(ପିଟିଆର୍) ରହିଛି । ଯାହା ଉପଭୋକ୍ତାଙ୍କୁ ଉତ୍ତମ ଭୋଲ୍ଟେଜ ପ୍ରଦାନ କରିବା ଏବଂ ଲୋଡ୍ ପରିଚାଳନା କ୍ଷେତ୍ରରେ ବିଶେଷ ଭାବରେ ସହାୟତା ପ୍ରଦାନ କରିବ । ଏହି ସବଷ୍ଟେସନକୁ ନ୍ୟୁ ମେଡ଼ିକାଲ ପିଏସ୍ଏସ୍ (୧.୬ କିମି) ଏବଂ ଆମ୍ବଗଡ଼(୭ କିମି) ରୁ ଦୁଇଟି ୩୩କେଭି ଇନକମିଙ୍ଗ୍ ଲାଇନ୍ ଯୋଗେ ବିଦ୍ୟୁତ ଯୋଗାଣ ହେଉଛି । ଯାହା ଏକ ଭରସାଯୋଗ୍ୟ ବିଜୁଳି ଯୋଗାଣକୁ ସୁନିଶ୍ଚିତ କରୁଛି ।

ଏଥିସହିତ ୭.୫ କିମି ଦୀର୍ଘ ବିଶିଷ୍ଟ ୧୧କେଭି ଆଉଟଗୋଇଙ୍ଗ୍ ଫିଡର ସହିତ ହିଲ୍ ପାଟଣା, ସିଟି ହସ୍ପିଟାଲ, ପୁରୁଣା ବସଷ୍ଟାଣ୍ଡ ଏବଂ ଟାଟା ବେଞ୍ଜ, ପାଣିଟାଙ୍କି ଅଞ୍ଚଳ ସହ ସହରର ପ୍ରମୁଖ ବାଣିଜ୍ୟିକ ଏବଂ ଆବାସସ୍ଥଳୀକୁ ସଂଯୋଗ କରାଯାଇଛି । ଯାହା ଏହି ଅଞ୍ଚଳମାନଙ୍କରେ ବିଦ୍ୟୁତ ନେଟୱର୍କକୁ ଦୃଢ଼ କରିବା ସହ, ଯୋଗାଣ ବ୍ୟବସ୍ଥାରେ ସୁଧାର ଆଣିବା ଏବଂ ଭୋଲ୍ଟେଜରେ ସ୍ଥିରତା ଆଣିବାରେ ବିଶେଷ ଭାବରେ ସହାୟକ ହେବ । ନୂତନ ପିଏସ୍ଏସ୍ ଯୋଗୁଁ ପ୍ରାୟ ୧୫ହଜାର ଉପଭୋକ୍ତା ଉପକୃତ ହେବେ ।

ଏ ସମ୍ପର୍କରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ କହିଛନ୍ତି, “ନ୍ୟୁ ଖଲ୍ଲିକୋଟ୍ କଲେଜ ପିଏସ୍ଏସ୍ (ବିଇଡି-୧) ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ କରିବାରେ ଏବଂ ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଏହି ପଦକ୍ଷେପ ଆମର ବିଜୁଳି ବିତରଣ ନେଟୱର୍କକୁ ସୁଦୃଢ଼ କରିବା ଓ ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳି ପ୍ରଦାନ ଦିଗରେ ଥିବା ପ୍ରତିବଦ୍ଧତାକୁ ଦର୍ଶାଏ” ।

ସମଗ୍ର ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ଟିପିଏସ୍ଓଡିଏଲ୍ ଗୁରୁତ୍ୱ ଦେଉଛି । ଯଦ୍ୱାରା ସମସ୍ତଙ୍କ ପାଇଁ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଜୁଳି ଯୋଗାଣ ସୁନିଶ୍ଚିତ ହୋଇ ପାରିବ ।

Leave A Reply

Your email address will not be published.