ଶୁକ୍ରୁ ସହ ଆତ୍ମସମର୍ପଣ କଲେ ଆଉ ୫ ମାଓବାଦୀ

newyr25

ଭୁବନେଶ୍ବର: ଆତ୍ମସମର୍ପଣ କଲା ମାଓନେତା ଶୁକ୍ରୁ । ମୋଷ୍ଟ ୱାଣ୍ଟେଡ ମାଓ ନେତା ଶୁକ୍ରୁର ଆତ୍ମସମର୍ପଣ । ଆଣ୍ଟି ନକ୍ସଲ ଅପରେସନ୍ ଏଡିଜି ସଞ୍ଜୀବ ପଣ୍ଡାଙ୍କ ସୂଚନା । ଶୁକ୍ରୁ ସହ ଆଉ ୫ ମାଓବାଦୀ କଲେ ଆତ୍ମସମର୍ପଣ ।  ରାଜ୍ୟ କମିଟିର ସଦସ୍ୟ ଥିଲା ଶୁକ୍ରୁ । ଶୁକ୍ରୁ ମୁଣ୍ଡ ଉପରେ ଥିଲା ୫୫ ଲକ୍ଷ ଟଙ୍କାର ପୁରସ୍କାର ।  ନକ୍ସଲ ବାହିନୀର ଶେଷ ଦୁର୍ଗ ପତନ ପାଇଁ ଲକ୍ଷ୍ୟ ରଖିଛି ଓଡ଼ିଶା ପୋଲିସ ।  ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶାକୁ ନକ୍ସଲମୁକ୍ତ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ ଡିଜି ୱାଇବି ଖୁରାନିଆ।

ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶାକୁ ନକ୍ସଲମୁକ୍ତ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ ଡିଜି ୱାଇବି ଖୁରାନିଆ । ସୁରକ୍ଷା ଏଜେନ୍ସି ସୂଚନା ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ମାଓ ସଙ୍ଗଠନର ଦୁର୍ବଳ ସ୍ଥିତି ଏବଂ ସରକାରଙ୍କ ପୁନର୍ବାସ ନୀତି ଯୋଗୁଁ ସେ ନିଜର ଅସ୍ତ୍ରଶସ୍ତ୍ର ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଛନ୍ତି ।  ଏହାପରେ ସେମାନଙ୍କୁ ସରକାରୀ ନିୟମ ଅନୁଯାୟୀ ପୁନର୍ବାସ ସୁବିଧା ଯୋଗାଇ ଦିଆଯିବ ।

Leave A Reply

Your email address will not be published.