ଟୋଙ୍ଗାରେ ଶକ୍ତିଶାଳୀ ଭୂକମ୍ପ : ତୀବ୍ରତା ୭.୬, ସୁନାମୀ ଆଲର୍ଟ

newyr25

ଟୋଙ୍ଗା : ଆଜି ଓସେନିଆର ମହାଦେଶର ଟୋଙ୍ଗା ଅଞ୍ଚଳ ନିକଟସ୍ଥ ନେଇଫୁରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୭.୬ ଥିବା ଜଣାପଡିଛି । ଭୂକମ୍ପ କେନ୍ଦ୍ରସ୍ଥଳ ୨୩୫ କିଲୋମିଟର ଗଭୀରତାରେ ଥିବା USGS ପକ୍ଷରୁ ସୂଚନା ମିଳିଛି । ଆଜି ସକାଳ ୯ଟା ୩୭ ମିନିଟ୍ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

ଏହି ଶକ୍ତିଶାଳୀ ଭୂକମ୍ପ ପରେ ସୁନାମୀ ଚେତାବନୀ ଜାରି କରାଯାଇଛି । ଭୂକମ୍ପର ଗଭୀର ଭୂତଳରେ ଘଟିଛି ବୋଲି PTWC କହିଛି । ଗତକାଲି ଟୋଙ୍ଗାର ହିହିଫୋରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୬.୨ ରହିଥିଲା । ଯାହାର କେନ୍ଦ୍ରସ୍ଥଳ ୭୯.୭ କିଲୋମିଟର ଗଭୀରତାର ଘଟିଥିଲା ।

ସୂଚନାଯୋଗ୍ୟ, ଗତକାଲି ଅପରାହ୍ଣରେ ନେପାଳରେ ଭୂକମ୍ପ ହୋଇଥିଲା । ଯାହାର ତୀବ୍ରତା ୪.୧ ରହିଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ବଝାଙ୍ଗର ରୟାଲ ଅଞ୍ଚଳରେ ଘଟିଥିଲା । କିନ୍ତୁ ଭୂକମ୍ପରେ କୌଣସି କ୍ଷୟକ୍ଷତି ଘଟି ନଥିଲା ।  ସେହିପରି ଗତ ଦୁଇ ଦିନ ତଳେ ସିକିମରେ ୪.୧ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୪ କିଲୋମିଟର ତଳେ ଅବସ୍ଥିତ ଥିଲା । ୮ଟା ୪୧ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା ।

Leave A Reply

Your email address will not be published.