ସେନାରେ ମହିଳା ଅଧିକାରୀଙ୍କୁ ମିଳିବ ସ୍ଥାୟୀ ନିଯୁକ୍ତି

add-all

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ସେନାରେ ମହିଳା ଅଧିକାରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଦେଇଛନ୍ତି। ଭାରତୀୟ ସେନାରେ ଲିଙ୍ଗଗତ ସମାନତାକୁ ସୁଦୃଢ଼ କରି ସୁପ୍ରିମକୋର୍ଟ ଏକ ବଡ଼ ପଦକ୍ଷେପ ସ୍ୱରୂପ, ଆଜି ମହିଳା ଅଧିକାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବା ନେଇ ଘୋଷଣା କରିଛନ୍ତି । ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ୍ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ନିଜର ବିଶେଷ କ୍ଷମତା ପ୍ରୟୋଗ କରି ଏହି ରାୟ ଶୁଣାଇଛନ୍ତି।

ବର୍ଷକୁ କେବଳ ୨୫୦ ମହିଳା ଅଧିକାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ନିୟମକୁ କୋର୍ଟ ରଦ୍ଦ କରିଛନ୍ତି । ପୂର୍ବରୁ ମହିଳାମାନଙ୍କୁ ସ୍ଥାୟୀ ନିଯୁକ୍ତି ନଦେବା ପଛରେ ଏକ ପାତରଅନ୍ତର ମନୋଭାବ ରହିଥିଲା ।  ଯାହା ସେମାନଙ୍କ କ୍ୟାରିୟରରେ ବାଧା ସୃଷ୍ଟି କରୁଥିଲା । ଏହାକୁ ଅଯୌକ୍ତିକ ବୋଲି କହିବା ସହ ଯୋଗ୍ୟ ମହିଳାଙ୍କ ପାଇଁ ଏହା ଏକ ବାଧା ହେବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି ।

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବରୁ ମୂଲ୍ୟାୟନ ପ୍ରକ୍ରିୟାରେ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ପାତରଅନ୍ତର କରାଯାଉଥିଲା । ଏବେ ଯୋଗ୍ୟତା, ଶାରୀରିକ ସୁସ୍ଥତା ଏବଂ ଶୃଙ୍ଖଳିତ ରେକର୍ଡ ଆଧାରରେ ମହିଳାଙ୍କୁ ସମାନ ସୁଯୋଗ ମିଳିବ । ତାଲିକାଭୁକ୍ତ ହେବା ପରେ ଯେଉଁ ମହିଳା ଅଧିକାରୀମାନେ ପୂର୍ବରୁ ୧୪ ବର୍ଷର ସେବା କରିଥିଲେ ସେମାନଙ୍କୁ ଏବେ ୨୦ ବର୍ଷର ସେବା ଅବଧି ଗଣନା କରି ପେନସନ ସୁବିଧା ପ୍ରଦାନ କରାଯିବ । ଏହି ନିଷ୍ପତ୍ତି ସ୍ଥଳସେନା, ନୌସେନା ଏବଂ ବାୟୁସେନାରେ କାର୍ଯ୍ୟରତ ଶତାଧିକ ମହିଳା ଅଧିକାରୀଙ୍କ ପାଇଁ ଲାଭଦାୟକ ହେବ ।

ad-week
Leave A Reply

Your email address will not be published.