ପୁଣି ଥରେ କାୟାକଳ୍ପ ପୁରସ୍କାର ପାଇଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କ୍ରମାଗତ ଭାବରେ ୬ଷ୍ଠ ଥର ପାଇଁ କାୟାକଳ୍ପ ପୁରସ୍କାର ପାଇଲା।ଏହି ପୁରସ୍କାର ପାଇବା ପରେ ଡାକ୍ତର, ଫାର୍ମାସିଷ୍ଟ, ଷ୍ଟାଫନର୍ସଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।ଗତ ଜାନୁଆରୀ ୩୦ ତାରିଖରେ ଏକ ୩ ଜଣିଆ କାୟାକଳ୍ପ ଟିମ୍ ଆସି ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମି, ନଥିପତ୍ର, ଡାକ୍ତରଙ୍କ ଚାମ୍ବର, ରୋଗୀମାନେ ରହୁଥିବା ୱାର୍ଡ, ଅପରେସନ କକ୍ଷ, ପ୍ରସୂତି କକ୍ଷ, ସ୍ବଚ୍ଛତା, ପରିମଳ ବ୍ୟବସ୍ଥା, ଇମୁନାଇଜେଶନର ବ୍ୟବହାର , ଆବର୍ଜନାର ସୁପରିଚାଳନା, ରକ୍ଷଣାବେକ୍ଷଣ, ଅଗ୍ନି ନିର୍ବାପକ ବ୍ୟବସ୍ଥା, ପ୍ରାଚୀର ସୋନ୍ଦର୍ଯ୍ୟ କାରଣ ଏହିପରି ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ ପ୍ରଶ୍ନ ସମାଧାନ କରିଥିବାରୁ ଏବଂ ଡାକ୍ତର ମାନଙ୍କୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ସଠିକ୍ ଥିବାରୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପୁଣିଥରେ କାୟାକଳ୍ପ ପୁରସ୍କାର ମିଳିଛି ।
ଏହି ସଫଳତା ପାଇଁ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡ଼ା ନିଲାଂଜନ ଦାସ, ଡ଼ା ଦୀପକ କୁମାର ବଳ, ଡ଼ା ପ୍ରଣତି ମଞ୍ଜରୀ ଶର୍ମା, ଡ଼ା ବୈଜୟନ୍ତୀ ଜେନା ଏବଂ ଡ଼ା ସମ୍ବିତ ପ୍ରସାଦ ପ୍ରମୁଖ ସମସ୍ତ ସହଯୋଗୀ ମାନଙ୍କୁ କୃତଜ୍ଞତା ଜଣାଇଥିଲେ।

ad-week
Leave A Reply

Your email address will not be published.