ରୋଗୀ ମୃତ୍ୟୁକୁ ନେଇ ଏସସିବିରେ ଉତ୍ତେଜନା, ଡାକ୍ତରଙ୍କୁ ମାଡ଼ ଅଭିଯୋଗ

newyr25

କଟକ : ରୋଗୀ ମୃତ୍ୟୁ ନେଇ କଟକ ଏସସିବିରେ ଉତ୍ତେଜନା । ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ମାଡ଼ ମାରିଥିବା ଅଭିଯୋଗ । ନେଫ୍ରୋଲୋଜି ବିଭାଗରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ଭୁବନେଶ୍ୱରରୁ ଯାଇଥିବା ଜଣେ ରୋଗୀଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତେବେ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯାଗ କରିଛନ୍ତି ପରିବାର ଲୋକ । ବାରମ୍ବାର ଡାକିବା ପରେ ମଧ୍ୟ ଡାକ୍ତର ଆସିନଥିବା କହିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ସେହିପରି ଗତ ଦୁଇ ଦିନ ତଳେ ଶିଶୁ ମୃତ୍ୟୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଥିଲା । ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ ହୋଇଥିଲା । ଖୋର୍ଦ୍ଧା ଚାନ୍ଦପୁରରୁ ସାଇକେଲ ଧକ୍କାରେ ଆହତ ହୋଇ ଆସିଥିବା ଶିଶୁର ମୃତ୍ୟୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । କାନ୍ଦ ବୋବାଳିରେ ଫାଟିପଡୁଥିଲା ମେଡିକାଲ ପରିସର । ପୋଷ୍ଟମର୍ଟମ ଓ୍ବାର୍ଡରେ ଉତ୍ତେଜନା କରୁଥିଲେ ପରିବାର । ସମସ୍ତଙ୍କୁ ବୁଝାସୁଝା ପାଇଁ ପୋଲିସ ଉଦ୍ୟମ ଚଳାଇଛନ୍ତି । ମୃତକର ପରିବାର ଡାକ୍ତର ଓ ନର୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବସି ରହିଥିଲେ ।

Leave A Reply

Your email address will not be published.