ନାବାଳିକା ବଳାତ୍କାରୀକୁ ମୃତ୍ୟୁ ଦଣ୍ଡାଦେଶ…

newyr25

ବ୍ରହ୍ମପୁର : ବ୍ରହ୍ମପୁରର ଆଡହକ୍ ଫାଷ୍ଟ ଟ୍ରାକ୍ ସ୍ପେଶାଲ୍ କୋର୍ଟ (ଏଫ୍‌ଟିଏସ୍‌ସି), ପୋକ୍ସୋ ଆଦାଲତ ଏକ ଗୁରୁତର ମାମଲାରେ ଅଭିଯୁକ୍ତ କେଶବ ନାହାକ (କେଶା  ଓରଫ କେଶବ), ପିତା ପଣ୍ଡିତ ନାହାକ, ଗ୍ରାମ ମାନସିଲା, ଥାନା ପୋଲସରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। 

ଏହା ସହିତ ଆଇପିସି ଧାରା ୩୦୭ ଅନୁସାରେ ୧୦ବର୍ଷ କଠୋର କାରାଦଣ୍ଡ ସହ ୫୦ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟରେ  ଅତିରିକ୍ତ ୬ମାସ କାରାଦଣ୍ଡ ଭୋଗିବେ। ସେହିଭଳି ଆଇପିସି ଧାରା ୩୬୩ ଅନୁସାରେ ଆଉ ୫ ବର୍ଷ କାରାଦଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତାଙ୍କ ପାଇଁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 
ମାମଲାର ବିବରଣୀ ଅନୁସାରେ, ଆସାମୀ କେଶକ ୨୧ ନଭେମ୍ବର ୨୦୨୧ରେ ଜଣେ ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା ଉଦ୍ୟମ କରିଥିଲେ। ଏନେଇ ପୋଲସରା ଥାନା ୪୧୭/୨୧ରେ ଏକ ମାମଲା ରୁଜୁ କରିଥିଲା। ଜିଆର୍‌ ନଂ ୨୦୦/୨୦୨୧ରେ କୋର୍ଟରେ ମାମଲା ରୁଜୁ ହୋଇ ବିଚାର ପ୍ରକ୍ରିୟା ଆରମ୍ଭ ହୋଇଥିଲା।  ଏହି ମାମଲାରେ ସମସ୍ତ ପକ୍ଷକୁ ଶୁଣିବା ପରେ ଦାଖଲ ସାକ୍ଷ୍ୟ ଓ ପ୍ରମାଣ ଆଧାରରରେ କୋର୍ଟ ଆସାମୀକୁ ପୋକ୍ସୋ ଆଇନର ଧାରା ୬ ସହିତ ଭାରତୀୟ ପିଙ୍ଗଳକୋଡ୍‌ (ଆଇପିସି)ର ଧାରା ୩୭୬ (୨) (ଏଫ୍‌) ଓ ୩୭୬ ଏବି ଅନୁସାରେ ମୃତ୍ୟୁ‌ଦଣ୍ଡ ଦେଇଛନ୍ତି। ସ୍ବତନ୍ତ୍ର ସରକାରୀ ଓକିଲ ଶିବ ପ୍ରସାଦ ମିଶ୍ର ଏହି ମାମଲାର ପରିଚାଳନା କରୁଥିଲେ। 

Leave A Reply

Your email address will not be published.