ଥାପାଗୁଡା ଗ୍ରାମରେ ମହା ଆଡ଼ମ୍ବର ରେ ପାଳିତ ହେଲା ଚଇତ ପର୍ବ (ବିହନପୁଜା)…

add-all


ମାଲକାନଗିରି :ମହା ଆଡ଼ମ୍ବର ରେ ପାଳିତ ହେଲା ବିହନପୁଜା ଏହି ପୂଜା ଚୈତ୍ର ମାସରେ ପାଳନ କରାଯାଏ । ଏହି ପର୍ବର ନାମ ଚଇତ ପର୍ବ, ଏହା କୃଷି ଭିତିକ ପର୍ବ ଅଟେ ବାର ମାସରେ ତେର ପର୍ବ ମଧ୍ୟରୁ ଏହି ପର୍ବ ଅନ୍ୟତମ, ଏହା ବିଶେଷ କରି ଆଦିବାସୀ ବହୁଳ ଗ୍ରାମ ଗୁଡିକରେ ନିଆରା ଢଙ୍ଗରେ ପାଳନ କରାଯାଏ । ଏହି ପର୍ବ ଦୀର୍ଘ ଏକ ସପ୍ତାହ ଧରି ପାଳନ କରାଯାଏ । ମାଲକାନଗିରି ବ୍ଲକ, ମାର୍କାପାଲ୍ଲୀ ଗ୍ରାମପଂଚାୟତ ଅନ୍ତର୍ଗତ ଥାପାଗୁଡା ମୌଜାର 18ଗୋଟି ଗାଁ ରେ ୨୩ ତାରିଖ ସୋମବାର ଦିନ ଏହି ଚୈତ୍ର ପର୍ବ ଆରମ୍ଭ ହୋଇଥିଲା । ଦ୍ୱିତୀୟ ଦିନରେ ମହା ବେଣ୍ଟ ଏବଂ ତୃତୀୟ ଦିନରେ ପ୍ରତେକ ଗ୍ରାମରୁ ବିହନ ସଂଗ୍ରହ କରି କୁଣ୍ଡଳେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ଥିବା ମା ଡ଼ଙ୍ଗର ଦେଇଙ୍କ ନିକଟରେ ବିହନ ରଖି ପୂଜାର୍ଚନା କରାଯାଇଥିଲା । ଆଦିବାସୀ ପରମ୍ପରା ଅନୁସାରେ ବିହନକୁ ଘରକୁ ନେଇ ଶୁଭମୁହୂର୍ତ୍ତ ଦେଖି ଜମିରେ ବିହନ ବୁଣନ୍ତି । ତେବେ ଏହି ପର୍ବରେ ଆଦିବାସୀ ମହାସଂଘର ଦକ୍ଷିଣ ଓଡିଶା ସମ୍ପାଦକ ଶ୍ରୀଯୁକ୍ତ ନୀଳକଣ୍ଠ ଦୁରା, ମୁଖ୍ୟ ପୂଜାରୀ ଶ୍ରୀଯୁକ୍ତ ସନ୍ୟାସୀ ପୂଜାରୀ, ଥାପାଗୁଡା ଗ୍ରାମର ନାୟକ ଶ୍ରୀଯୁକ୍ତ ପତି ପୂଜାରୀ, କମଳା ପଦର ଗ୍ରାମର ନାୟକ ଶ୍ରୀଯୁକ୍ତ ଘାସିରାମ ଦୁରା , ମଲଲିଗୁଡା ଗ୍ରାମର ନାୟକ ଶ୍ରୀଯୁକ୍ତ ଭୀମ ଦୁରା, ବାହାଲ ଗୁଡା ଗ୍ରାମର ନାୟକ ଶ୍ରୀଯୁକ୍ତ ଇନ୍ଦ୍ର ଦୁରା, ବନସିଂ ପୂଜାରୀ, ବୁଦୁଲାଲ ଦୁରା,ସନ୍ୟାସୀ ଦୁରା,ଏବଂ ସମାଜ ସେବି ଶ୍ରୀଯୁକ୍ତ ମହାଦେବ ମାଡ଼କାମି ଏହି ବିହନପୂଜା ରେ ଉପସ୍ଥିତ ରହି ଥିବା ବେଳେ ବିଭିନ୍ନ ଗ୍ରାମରୁ ପ୍ରାୟ ୨୦୦୦ରୁ ଉର୍ଧ୍ଵ ଲୋକ ସାମିଲ ହୋଇଥିଲେ ।

ad-week
Leave A Reply

Your email address will not be published.