ଖପୁରିଆରେ ରଥକାଠ ଚିରଟର ଶୁଭ ଅନୁକୂଳ

add-all

ପୁରୀ: ଆଜି ଶ୍ରୀରାମ ନବମୀରେ ରଥକାଠ ଚିରଟର ଶୁଭ ଅନୁକୂଳ ହୋଇଛି । ଏଥିପାଇଁ ଶ୍ରୀମନ୍ଦିରରୁ ଲାଗି ହୋଇଥିବା ମାଳ, ମହାପ୍ରସାଦ ନେଇ ଏକ ଟିମ୍ କଟକ ଅଭିମୁଖେ ଯାତ୍ରା କରିଛନ୍ତି। କଟକ ଖପୁରିଆସ୍ଥିତ ସ’ ମିଲରେ ମାଳ ମହାପ୍ରସାଦ ଲାଗି ପରେ ରଥକାଠ ଚିରଟ ଆରମ୍ଭ ହୋଇଛି। ରଥ କାଠ ଚିରାଟ ର ଅନୁକୂଳ ପାଇଁ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କଟକ ଖପୁରିଆ କରତ କଳରେ ପହଞ୍ଚି କାଠ ଚିରା ଅନୁକୂଳ କରିଛନ୍ତି। ତିନିଟି ଧଉରା କାଠକୁ ଚିରଟ କରାଯାଇଛି। ଆସନ୍ତା ଏପ୍ରିଲ ୨୦ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହେବାର ପରମ୍ପରା ରହିଛି।

ad-week
Leave A Reply

Your email address will not be published.