ବିବାହିତ ପୁରୁଷଙ୍କ ଲିଭ୍-ଇନ୍ ସମ୍ପର୍କ ଅପରାଧ ନୁହେଁ: ଆହ୍ଲାବାଦ ହାଇକୋର୍ଟ

add-all

ଆହ୍ଲାବାଦ: ବିବାହିତ ପୁରୁଷଙ୍କ ଲିଭ୍-ଇନ୍ ସମ୍ପର୍କ ଅପରାଧ ନୁହେଁ ।  ଆହ୍ଲାବାଦ ହାଇକୋର୍ଟ ଏକ ବଡ଼ ଶୁଣାଣି କରି କହିଛନ୍ତି ଯେ, ଯଦି ଜଣେ ବିବାହିତ ପୁରୁଷ ଅନ୍ୟ ଜଣେ ଯୁବତୀଙ୍କ ସହ ସହମତିରେ ‘ଲିଭ୍-ଇନ୍’ ସମ୍ପର୍କରେ ରହୁଛନ୍ତି, ତେବେ କୌଣସି ଅପରାଧ ନୁହେଁ। କୋର୍ଟ କହିଛନ୍ତି ଯେ ସମାଜର ନୈତିକତା ଏବଂ ଦେଶର ଆଇନ ସମ୍ପୂର୍ଣ୍ଣ ଅଲଗା ।  ଦୁଇଜଣ ଯଦି ନିଜ ସହମତିରେ ଏକାଠି ରହୁଛନ୍ତି, ତେବେ ସେମାନଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ରୁଜୁ କରାଯାଇପାରିବ ନାହିଁ ।

ସମ୍ବିଧାନର ଧାରା ୨୧ ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ଇଚ୍ଛାରେ ବଞ୍ଚିବାର ଅଧିକାର ଅଛି। ପରିବାର କିମ୍ବା ସମାଜ କେବଳ ‘ନୈତିକତା’ ଆଧାରରେ ସେମାନଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିପାରିବେ ନାହିଁ ।  ଏଭଳି ସମ୍ପର୍କ ସାମାଜିକ ନିୟମର ବିରୋଧରେ ହୋଇପାରେ କିମ୍ବା ଏହାଦ୍ୱାରା ପ୍ରଥମ ପତ୍ନୀଙ୍କ ଅଧିକାର କ୍ଷୁଣ୍ଣ ହୋଇପାରେ, କିନ୍ତୁ ଏହାକୁ ‘ଅପରାଧ’ କୁହାଯାଇପାରିବ ନାହିଁ ।

ଭାରତରେ ‘ବ୍ୟଭିଚାରକୁ ପୂର୍ବରୁ ହିଁ ଅପରାଧ ଶ୍ରେଣୀରୁ ହଟାଇ ଦିଆଯାଇଛି। ଏହି ନିଷ୍ପତ୍ତି ଫଳରେ ଯେଉଁମାନେ ବିବାହିତ ଥାଇ ମଧ୍ୟ ଅନ୍ୟ ସହ ସମ୍ପର୍କରେ ଅଛନ୍ତି, ସେମାନଙ୍କୁ ପୋଲିସ କିମ୍ବା କୋର୍ଟରୁ ଅଯଥା ହଇରାଣ ହେବାକୁ ପଡ଼ିବ ନାହିଁ। ଏହି ନିଷ୍ପତ୍ତି ଦ୍ୱାରା ପ୍ରଥମ ବିବାହ ରଦ୍ଦ ହେବ ନାହିଁ। ପତ୍ନୀ ଚାହିଁଲେ ସିଭିଲ୍ କୋର୍ଟରେ ଛାଡ଼ପତ୍ର କିମ୍ବା ଭରଣପୋଷଣ ପାଇଁ ଆବେଦନ କରିପାରିବେ। କିନ୍ତୁ ଏହାକୁ ଫୌଜଦାରୀ ଅପରାଧ ଭାବେ ଗ୍ରହଣ କରାଯାଇପାରିବ ନାହିଁ।

ad-week
Leave A Reply

Your email address will not be published.