
ବ୍ରହ୍ମପୁର : ଲାଞ୍ଜିପଲ୍ଲୀସ୍ଥ ବରିଷ୍ଠ ନାଗରିକ ମଂଚର ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ର ତରଫରୁ ଚଣ୍ଡି ମନ୍ଦିର ନିକଟସ୍ଥ ଦିବ୍ୟ ଜୀବନ ସଂଘ ପରିସରରେ ମର୍ଯ୍ଯାଦା ପୁରୁଷ ଭଗବାନ ଶ୍ରୀରାମଙ୍କ ଜନ୍ନୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମଂଚ ସଭାପତି ଶ୍ରୀ ବିଶ୍ବନାଥ ପାଢ଼ୀ କର୍ତ୍ତାଭାବେ କାର୍ଯ୍ଯ ସଂପାଦନ କରିଥିବା ବେଳେ ଉପଦେଷ୍ଠା ପ୍ରଫେସର ଭାସ୍କର ପାଢ଼ୀ ପୂଜାପାଠ କରିଥିଲେ । ସଂପାଦକ ସର୍ଜଣ୍ଟ ଶ୍ରୀ ଶାନ୍ତନୁ କୁମାର ମିଶ୍ର ଏବଂ ମଂଚ ପ୍ରତିଷ୍ଠାତା ଶ୍ରୀ କେ. କ୍ରିଷ୍ଣା ରାଓ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ । ଉପ ସଭାପତି ପ୍ରଫେସର ଅରୁଣ କୁମାର ପଣ୍ତା, ଯୁଗ୍ମ ସଂପାଦକ ଶ୍ରୀ ସୁଦର୍ଶନ ଦାସ, କୋଷାଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ପାତ୍ର, ବ୍ୟାୟାମ ଗୁରୁ ଶ୍ରୀ ଶିବରାମ ପାଣିଗ୍ରାହି, ଯୋଗ ଗୁରୁ ଶ୍ରୀ ବାଭୂତି ଭୂଷଣ ବେହେରା ଏବଂ ସର୍ବଶ୍ରୀ ରମେଶ ଚନ୍ଦ୍ର ମହାନ୍ତି, ଗୋରୀ ଶଙ୍କର ପାତ୍ର, କୈଳାଶ ଚନ୍ଦ୍ର ବେହେରା, ଦୟାନିଧି ପ୍ରଧାନ, ଅଭିମନ୍ୟୁ ମହାରଣା, କୁମୁଦ ଚନ୍ଦ୍ର ବେହେରା, ପୁରନ୍ଦର ମହାଙ୍କୁଡଙ୍କ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ରହି କାର୍ଯ୍ଯକ୍ରମକୁ ସାଫଲ୍ୟ ମଣ୍ତିତ କରିଥିଲେ । ଶ୍ରୀ ମନୋଜ କୁମାର ବେହେରା ଏବଂ ତାଙ୍କ ସାଥିମାନେ ଖୋଳ,ତାଳ ସହାୟତାରେ ରାମଧୂନ୍ ଓ ହନୁମାନ ଚାଳିଶା ପରିବେଷଣ କରିଥିଲେ । ପରିଶେଷରେ ଉପସ୍ଥିତ ସମସ୍ତ ସଦସ୍ଯଙ୍କୁ ଭୋଗ ପ୍ରସାଦ ବଣ୍ଟନ କରାଯାଈ କାର୍ଯ୍ଯକ୍ରମର ସମାପ୍ତି ହୋଇଥିଲା ।