ପ୍ରେମ ପାଇଁ ହାଇ ଭୋଲ୍ଟେଜ ଡ୍ରାମା : ଟାୱାର ଉପରକୁ ଚଢିଗଲେ ଯୁବକ

add-all

ମାଲକାନଗିରି : ପ୍ରେମ ପାଇଁ ହାଇ ଭୋଲ୍ଟେଜ ଡ୍ରାମା ଟାୱାର ଉପରକୁ ଚଢିଗଲେ ଯୁବକ । ପ୍ରେମିକା ପାଇଁ ଟାୱାର ଉପରେ ଚଢିଗଲେ ଯୁବକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରିରେ। ପଡ଼ିଆ ଥାନା ଅନ୍ତର୍ଗତ ସିଙ୍ଗରାଜକୋଣ୍ଡା ଗାଁର ମୋବାଇଲ ଟାୱାରରେ ଯୁବକ ଚଢିଯାଇଥିଲେ। ଯୁବକ ଜଣକ ହେଲେ ୩୦ ବର୍ଷୀୟ ଆଡ଼ମା ମାଡ଼କାମ। ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ ନାକେଦମ୍ ହୋଇଛି। ଏମ୍ଭି ୭ ଗ୍ରାମରେ ପ୍ରେମ ପାଇଁ ଟାୱାରରେ ଚଢି ଏହି ଯୁବକ ଜଣକ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ଦୀର୍ଘ ୩ ଘଣ୍ଟା ଚେଷ୍ଟା କରିବା ପରେ ଅଗ୍ନିଶମ କର୍ମଚାରୀ ଯୁବକଙ୍କୁ ଉଦ୍ଧାର କରିଛନ୍ତି।

ad-week
Leave A Reply

Your email address will not be published.