ନବବଧୂଙ୍କ ସନ୍ଦେଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

add-all

ବଲାଙ୍ଗୀରି : ବିବାହକୁ ବର୍ଷେ ପୂରିନି, ଚାଲିଗଲା ନବ ବଧୂଙ୍କ ଜୀବନ| ସନ୍ଦେହ ଘେରରେ ନବବଧୂଙ୍କ ମୃତ୍ୟୁ । ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ମହୀପୁରରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଅନୁପମା ମହାନନ୍ଦ । ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର । ଏନେଇ ପୋଲିସ ଶବକୁ ଜବତ କରି ତଦନ୍ତ ଜାରି ରଖିଛି ।

ମିଳିଥିବା ସୂଚନା ମତେ, ବଲାଙ୍ଗୀର ବାଗଭାଡି ଗାଁର ଅନୁପମା ମହାନନ୍ଦଙ୍କୁ ତୁଷୁରା ଥାନା ମହିପୁର ଗାଁର ମାଇଦାନ୍ତୁ ମହାନନ୍ଦ ୧୦ମାସ ତଳେ ବୈଦିକ ରୀତିନୀତିରେ ବିବାହ କରିଥିଲେ । କିନ୍ତୁ ଗତ ରାତିରେ ତାଙ୍କ ସ୍ତ୍ରୀକୁ ନିଜେ ତଣ୍ଟି ଚିପି ହତ୍ୟା କରିଥିବା ପରିବାର ଲୋକ ତୁଷୁରା ଥାନାରେ ଅଭିଯୋଗ କରିଛନ୍ତି। ଏପରି କି ସ୍ତ୍ରୀକୁ ଗୁରତର ଦର୍ଶାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଫେରାର ହୋଇଥିଲେ ବୋଲି ସମ୍ପର୍କୀୟ ଭାଇ ସୁମନ୍ତ ନାଗ ସୂଚନା ଦେଇଛନ୍ତି । ଅଭିଯୋଗ ପରେ ଘଟଣାର ତଦନ୍ତ କରୁଛି ପୋଲିସ ।

ad-week
Leave A Reply

Your email address will not be published.