ଆମେରିକାରେ ଟ୍ରମ୍ପ ସରକାରଙ୍କ ବିରୋଧରେ ବିଦ୍ରୋହ

add-all

ନୂଆଦିଲ୍ଲୀ: ଆମେରିକାରେ ଟ୍ରମ୍ପ ସରକାରଙ୍କ ବିରୋଧରେ ବିଶାଳ ବିଦ୍ରୋହ ।  ଆମେରିକାର ସମସ୍ତ ୫୦ ରାଜ୍ୟରେ ଟ୍ରମ୍ପ ସରକାରଙ୍କ ବିରୋଧରେ ଲକ୍ଷ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। “ନୋ କିଙ୍ଗସ୍” ଶୀର୍ଷକ ଏହି ବିକ୍ଷୋଭ ପ୍ରଦର୍ଶନରେ ପ୍ରାୟ ୮୦ ରୁ ୯୦ ଲକ୍ଷ ଲୋକ ସାମିଲ ହୋଇଥିଲେ। ସାନ୍-ଫ୍ରାନ୍ସିସ୍କୋର ସମୁଦ୍ର କୂଳରେ ହଜାର ହଜାର ଲୋକ ଏକାଠି ହୋଇ ବାଲି ଉପରେ ଟ୍ରମ୍ପ ଏବେ ବିଦା ହୁଅନ୍ତୁ ଲେଖି ନିଜ ଆକ୍ରୋଶ ପ୍ରକାଶ କରିଛନ୍ତି।

ଇରାନ ବିରୁଦ୍ଧରେ ଆମେରିକା ଚଳାଇଥିବା ସାମରିକ ଅଭିଯାନକୁ ଲୋକେ ତୀବ୍ର ବିରୋଧ କରୁଛନ୍ତି। ପ୍ରଦର୍ଶନକାରୀ କହିଛନ୍ତି, ଦେଶ ଗଣତନ୍ତ୍ରରେ ଚାଲିବା କଥା, କୌଣସି ଜଣେ ବ୍ୟକ୍ତିଙ୍କ ଜିଦରେ ନୁହେଁ। ସେଥିପାଇଁ ସେମାନେ “No Kings” ସ୍ଲୋଗାନ ଦେଇଛନ୍ତି। ସାନ୍ ଫ୍ରାନସିସକୋ ର ଓସେନ୍ ବିଚ୍ ରେ ୬୦୦ ଫୁଟ୍ ଚଉଡ଼ା ଏବଂ ୩୦୦ ଫୁଟ୍ ଉଚ୍ଚର ଏକ ମାନବ ଶୃଙ୍ଖଳା ତିଆରି କରାଯାଇଥିଲା।

ଯେଉଁଥିରେ “TRUMP MUST GO NOW” ଲେଖା ହୋଇଥିଲା। ନ୍ୟୁୟର୍କ, ଲସ୍ ଆଞ୍ଜେଲସ୍, ଚିକାଗୋ ଏବଂ ୱାଶିଂଟନ୍ ଭଳି ବଡ଼ ସହରରେ ଶହ ଶହ ଶୋଭାଯାତ୍ରା ବାହାରିଥିଲା। ଏଥିରେ ପ୍ରସିଦ୍ଧ ସଙ୍ଗୀତଜ୍ଞ ବ୍ରୁସ୍ ସ୍ପ୍ରିଙ୍ଗଷ୍ଟିନ୍ ମଧ୍ୟ ସାମିଲ ହୋଇଥିଲେ। ତେବେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏହି ବିକ୍ଷୋଭକୁ ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛି।

ad-week
Leave A Reply

Your email address will not be published.