ଯୋଗାଯୋଗ ଏବଂ ଆଇଟି କମିଟିରୁ ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର

add-all

ନୂଆଦିଲ୍ଲୀ: ବିଜୁ ପଟ୍ଟନାୟକ ବିରୁଦ୍ଧରେ ବିଜେପିର ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ଅପମାନଜନକ ମନ୍ତବ୍ୟକୁ ବିରୋଧ କରି ରବିବାର  ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଯୋଗାଯୋଗ ଏବଂ ଆଇଟି କମିଟିରୁ ମଧ୍ୟ ଇସ୍ତଫା ଦେଇଛନ୍ତି।  ଶନିବାର ବିଜେପିର ସାଂସଦ ନିଶିକାନ୍ତ ଦୁବେ ଏ ବିବୃତ୍ତିରେ ବିଜୁ ପଟ୍ଟନାୟକ ବିରୁଦ୍ଧରେ କିଛି ଅପମାନଜନକ ବୟାନ ବିରୋଧ କରିଛନ୍ତି ସସ୍ମିତ । ସେ କହିଛନ୍ତି, ବିଜୁ ବାବୁ ଜଣେ ଆନ୍ତର୍ଜାତୀୟ ପ୍ରତିଷ୍ଠିତ ବ୍ୟକ୍ତି, ଜଣେ କିମ୍ବଦନ୍ତୀ ଏବଂ ଜଣେ ରାଜନେତା ଥିଲେ। ସେ ଭାରତ ପାଇଁ ବିଶ୍ୱ କୂଟନୀତି ସୁନିଶ୍ଚିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ପାଇଁ ବ୍ୟାପକ ଭାବରେ ଜଣାଶୁଣା ଥିଲେ। ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଇଣ୍ଡୋନେସିଆରୁ ଭାରତକୁ  ଉଦ୍ଧାର କରିବାରେ ତାଙ୍କର ଏକ ବଡ ଭୂମିକା ରହିଥିଲା ଏଥି ପାଇଁ  ସେ ବ୍ୟାପକ ଭାବରେ ସମ୍ମାନିତ ହୋଇଛନ୍ତି। ସେ ଜଣେ କିନ୍ତୁ ତାଙ୍କ ବିଷୟରେ  କିଛି ଅପମାନଜନକ  ବୟାନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ବିଜେପି ସାଂସଦଙ୍କ ବୟାନକୁ ନେଇ ସିଧା ବିଜେପି ଟାଗେର୍ଟ କରିଛନ୍ତି ସସ୍ମିତ। ସେ କହିଛନ୍ତି ଓଡ଼ିଆ ଅସ୍ମିତା ବିଷୟରେ କଥା ହୁଅନ୍ତି, କିନ୍ତୁ ସେମାନେ ଏତେ ନିମ୍ନ ସ୍ତରକୁ ଖସିଯାଆନ୍ତି।

Leave A Reply

Your email address will not be published.