ଅମ୍ବୃତେଶ୍ୱର ଦେଵଙ୍କ ୪୮ତମ ବିଶ୍ଵ ଶାନ୍ତି ମହାଯଜ୍ଞ ଉଦଯାପିତ…

add-all

ନୟାଗଡ଼ ନିଃସର୍ତ୍ତ ନିୟୁଜ ,୩୧/୦୩(ନିସର୍ତ୍ତ):ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତ ନୃସିଂହ ପୁର ଟାଙ୍ଗୀ ସାହିର ଆରଧ୍ୟ ଦେବ ପ୍ରଭୁ ଶ୍ରୀ ଅମ୍ବୃତେଶ୍ୱର ଦେଵଙ୍କ ୪୮ତମ ବିଶ୍ଵ ଶାନ୍ତି ମହାଯଜ୍ଞ ସତ୍ୟ ନାରାୟଣ ମହାପାତ୍ରଙ୍କ ଆବାହକତ୍ୱରେ ଅମ୍ବୃତେଶ୍ୱର ଦେଵଙ୍କ ପ୍ରାଙ୍ଗଣରେ ଉଦଯାପିତ ହୋଇଯାଇଛି। ଏହି ବିଶ୍ଵଶାନ୍ତି ମହାଯଜ୍ଞ ବୁଧବାର ଦିନ ଶୁଭ ଅଙ୍କୁରାରୋପଣ, ଶାଲା ମଣ୍ଡନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରା ଯାଇଥିବା ବେଳେ ଗୁରୁବାର ଦିନ କଳସ ଯାତ୍ରା ହୋଇଥିଲା। ଏହି ଅବସରରେ ବିଶାଳ କଳସ ଯାତ୍ରା ମହାଆଡମ୍ବର ସହକାରେ ଆୟୋଜିତ ହୋଇଥିଲା । ଏହି କଳସ ଯାତ୍ରାରେ ୧୦୮ କଳସ ବ୍ରତଧାରୀମାନେ ନେଳିଆ ପୋଖରୀରୁ ପବିତ୍ର ଜଳ ସହିତ ନୂତନ ବସ୍ତ୍ର ପରିଧାନ କରି ନିଷ୍ଠାର ସହ ପୂଜା ଅର୍ଚନା ପରେ ଗୋପୀନାଥପୁର ସାହି,ଦୁର୍ଗା ବଜାର ,ସୁନାଖଳାସାହି, କାଉଁରୀ ପାଟଣା ସାହି, ମଥୁରପୁରସାହି, ବଣିଆ ସାହି, ରତ୍ନପୁର ସାହି, ଶାସନ ସାହି ପ୍ରମୁଖ ସାହି ପରିକ୍ରମା କରି ଯଜ୍ଞ ବେଦୀରେ କଳସ ସ୍ଥାପନ କରିଥିଲେ । ଗ୍ରାମବାସୀମାନେ ନିଜ ନିଜ ଦୁଆରେ ଝୋଟି, ଚିତା ସହ ପ୍ରଦୀପ ପ୍ରଜ୍ବଳନ, କଳସ ସ୍ଥାପନ କରି ବିଶାଳ କଳସ ଯାତ୍ରାକୁ ଭବ୍ୟ ସ୍ୱାଗତ କରିଥିଲେ । ଏହି ଯଜ୍ଞରେ କର୍ତ୍ତା ଭାବରେ ସତ୍ୟ ନାରାୟଣ ମହାପାତ୍ର ଓ କର୍ତ୍ତୀ ଭାବରେ ତାଙ୍କର ସହଧର୍ମିଣୀ ପ୍ରଣତି ମଞ୍ଜରୀ ମହାପାତ୍ର ଯୋଗ ଦେଇଥିଲେ। ଓଡ଼ିଶାର କୋଣ ଅନୁକୋଣରୁ ଆସି ଥିବା ବିଶିଷ୍ଟ ପଣ୍ଡିତ ମାନେ ପଣ୍ଡିତ ଗୌର ମୋହନ ମିଶ୍ରଙ୍କ ନେତୃତ୍ୱରେ ଆଲୋକ କୁମାର ତ୍ରିପାଠୀ,ମୁନା ଦାସ,ଲକ୍ଷ୍ମୀଧର ବାହାନି ପତି,ଭାଲେଇ ଭାଇନା ପ୍ରଭୁତି ବିଶିଷ୍ଟ ପଣ୍ଡିତ ମାନେ ଯଜ୍ଞକୁ ନୀତି କ୍ରାନ୍ତି ଅନୁଯାଇ ସୁପରିଚାଳନା କରିଥିଲେ। ଏହି ଯଜ୍ଞ ୫ ଦିନ ଧରି ଚାଲୁ ରହିଥିଲା। ଏହି ଯଜ୍ଞରେ ମୁଖ୍ୟ ଅତିଥି ଭାବରେ
ସ୍ଥାନୀୟ ବିଧାୟିକା ତଥା ବାଚସ୍ପତି ସୁରମା ପାଢୀ, ବିଜେପି ଜିଲ୍ଲା ସଭାପତି ତାପସ ମାର୍ଥା , ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ଓ ସ୍ଥାନୀୟ ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନ ଯୋଗ ଦେଇ ପ୍ରଭୁଙ୍କ ଆଶିଷ ଭିକ୍ଷା କରିଥିଲେ । ଏହି ଯଜ୍ଞରେ ନୃସିଂହ ପୁର ଟାଙ୍ଗୀ ସାହିର ଯୁବକମାନେ ବିଶେଷ ସାହାଯ୍ୟ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.