ଲିଟର ପିଛା ୧୦ ଟଙ୍କା ବଢ଼ିଲା ଖାଇବା ତେଲର ମୂଲ୍ୟ

add-all

ଭୁବନେଶ୍ୱର : ରାଜ୍ୟରେ ବଢ଼ିଛି ଖାଇବା ତେଲର ମୂଲ୍ୟ । ପାମ୍ ତେଲ ଠାରୁ ଆରମ୍ଭ କରି ସୂର୍ଯ୍ୟମୁଖୀ ତେଲ ଓ ସୋରିଷ ତେଲ ପ୍ରମୁଖର ମୂଲ୍ୟ ବଢ଼ିଛି । ଇଣ୍ଡୋନେସିଆ ସରକାର ଅନ୍ତର୍ଜାତୀୟ ବଜାରରେ ସବୁଠାରୁ ଅଧିକ ପାମ ତେଲ ଉତ୍ପାଦନ କରିଥାଏ । ଏବେ ଇଣ୍ଡୋନେସିଆ ସରକାର ଏକ ନୂଆ ନିୟମ ଆଣିଛନ୍ତି । ଏହି ନିୟମକୁ ବି-୫୦ ବୋଲି କୁହାଯାଉଛି ।

ଏହି ନିୟମ ଅନୁଯାୟୀ ଇଣ୍ଡୋନେସିଆରେ ଯେତିକି ପାମ ତେଲ ଉତ୍ପାଦନ କରାଯିବ ତାହାର ୫୦ ପ୍ରତିଶତ ବାୟୋ ଡିଜେଲ ପାଇଁ ସଞ୍ଚିତ ହେବ । ଏଥିପାଇଁ ପ୍ରାୟ ୫୦ ପ୍ରତିଶତ ତେଲ ଯୋଗାଣରେ ବର୍ତ୍ତମାନ ବାଧା ସୃଷ୍ଟି ହୋଇଛି । ଅନ୍ତର୍ଜାତୀୟ ବଜାରରେ ଏହାର ଅଧିକ ଚାହିଦା ଯୋଗୁଁ ପାମ ତେଲର ମୂଲ୍ୟ ବୃଦ୍ଧି ହେଉଛି । ବର୍ତ୍ତମାନ ଲିଟର ପିଛା ୧୦ ଟଙ୍କା ବଢ଼ିଛି ପାମ ତେଲ । ଖାଲି ସେତିକି ନୁହେଁ ବରଂ ସୂର୍ଯ୍ୟମୁଖୀ ତେଲ ଦର ଲିଟର ପିଛା ୧୫ ଟଙ୍କା ବଢ଼ିଥିବା ବେଳେ ସୋରିଷ ତେଲ ଲିଟର ପିଛା ୫ ଟଙ୍କା ବଢ଼ିଛି । ବିଶ୍ୱରେ ଯୁଦ୍ଧ ପରିସ୍ଥିତି ଯୋଗୁ ଯୋଗାଣରେ ଅନେକ ଅସୁବିଧା ହେଉଛି । ଆଗକୁ ସ୍ଥିତି ଏମିତି ରହିଲେ ଖାଇବା ତେଲ ଦର ଆହୁରି ବଢିପାରେ ବୋଲି କହିଛନ୍ତି ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା ।

Leave A Reply

Your email address will not be published.