ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ ପଲ, ଘରୁ ବାହାରୁ ନାହାଁନ୍ତି ଗ୍ରାମବାସୀ

add-all

ଆନନ୍ଦପୁର: ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ ପଲ। ଭୟଭୀତ ଲୋକେ। ଆନନ୍ଦପୁର ବନ୍ଯପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ପୁରୁଣା ବାନ୍ଧଗୋଡ଼ା ଗାଁରେ ଦଳ ଦଳ ହୋଇ ବୁଲୁଛନ୍ତି ଭାଲୁ ପଲ । ସଞ୍ଜ ନଇଁଲେ ଗାଁ ଭିତରକୁ ପଶିଆସି ଲୋକଙ୍କ ବାଡି ବଗିଚାରୁ ଫଳ ଖାଇ ଦେଉଛନ୍ତି । ଭାଲୁପଲଙ୍କୁ ଦେଖି ଭୟଭୀତ ଅଞ୍ଚଳବାସୀ । ଏଣେତେଣେ ଧାଁ-ଦୌଡ କରିବା ସହ ଗଛରେ ଚଢି ବରକୋଳି, ବେଲ ଖାଉଛନ୍ତି । ଭୟରେ ରାତି ହେଲେ ପଦାକୁ ବାହାରିବାକୁ ସୁରକ୍ଷିତ ମଣୁ ନାହାଁନ୍ତି ଲୋକେ। ଭାଲୁ ଠାରୁ ଦୁରେଇ ରହିବାକୁ ବନବିଭାଗ ପକ୍ଷରୁ ସଚେତନ କରାଯାଇଛି । ଭାଲୁକୁ ଦେଖିଲେ ତୁରନ୍ତ ବନକର୍ମଚାରୀଙ୍କୁ ଜଣାଇବାକୁ ପରାମର୍ଶ ଦେଇଛି ବନ ବିଭାଗ ।

ସୂଚନାଯୋଗ୍ୟ, ଗତମାସ ମଧ୍ୟ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଅଞ୍ଚଳରେ ଦୁଇଦିନ ଧରି ଭାଲୁ ଆତଙ୍କ ଖେଳାଇଥିଲେ । ଖାଦ୍ୟ ଅନ୍ବେଷଣରେ ଜନବସତିରେ ଘୁରି ବୁଲୁଥିଲେ ଭାଲୁ । ରାତି ହେଲେ ଅନକାଡେଲି ଗାଁର ନିକଟ ବଣ୍ଡାବସା ଆଖୁ କିଆରିରେ ପଶି ଆଖୁ ଖାଇ ଚାଷ ନଷ୍ଟ କରୁଥିଲେ । ଦିନ ହେଲେ ଜଙ୍ଗଲକୁ ଫେରି ଯାଉଥିଲେ । ଭାଲୁକୁ ମାଛକୁଣ୍ଡ ମୁଖ୍ୟ ବଜାର ରାସ୍ତାରେ ଦେଖି ଲୋକେ ଭୟଭୀତ ହେଉଥିଲେ । ବନ ବିଭାଗ ପହଞ୍ଚି ଭାଲୁର ଗତିପଥ ଉପରେ ନଜର ରଖିଥିଲେ । ଭାଲୁଟି ଜଙ୍ଗଲରେ କିପରି ରହିବ ବନବିଭାଗ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଥିଲେ ।

Leave A Reply

Your email address will not be published.