AMAZON ଉପରେ ଇରାନର ଆକ୍ରମଣ !

add-all

ଇରାନ୍ : ଗତକାଲି ଇରାନ୍ ଦୁବାଇରେ ଥିବା ଆମେରିକାର ଟେକ୍ କମ୍ପାନୀ ଓରାକଲର ଏକ ଡାଟା ସେଣ୍ଟର ଉପରେ ଆକ୍ରମଣ କରିଥିବା ଦାବି କରିଛି । ଦୁବାଇରେ ଥିବା ଓରାକଲର ଏକ ଡାଟା ସେଣ୍ଟରକୁ ଟାର୍ଗେଟ୍ କରାଯାଇଥିବା ଦାବି କରୁଛି ଇରାନର ସରକାରୀ ଗଣମାଧ୍ୟମ । କିନ୍ତୁ ଦାବିର ସ୍ପଷ୍ଟୀକରଣ ମିଳିପାରିନାହିଁ । IRGC ବାହାରିନରେ ଥିବା ଆମାଜନର କ୍ଲାଉଡ୍ କମ୍ପ୍ୟୁଟିଂ ସେଣ୍ଟରକୁ ଟାର୍ଗେଟ ଥିବା ଦାବି କରିବା ପରେ ଏହି ଆକ୍ରମଣର ଖବର ସାମ୍ନାକୁ ଆସିଛି ।

ସୂଚନାନୁଯାୟୀ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ଏପ୍ରିଲ ୧ ତାରିଖରେ ଆମେରିକୀୟ ଟେକ୍ ଏବଂ ଶିଳ୍ପ କମ୍ପାନୀଗୁଡିକୁ ଟାର୍ଗେଟ୍ କରିବାକୁ ଧମକ ଦେଇଥିଲା । ଏଥିରେ ମାଇକ୍ରୋସଫ୍ଟ, ଗୁଗୁଲ୍, ଆପଲ୍, ଇଣ୍ଟେଲ୍, ଆଇବିଏମ୍, ଟେସଲା ଏବଂ ବୋଇଂ ସମେତ ୧୮ଟି କମ୍ପାନୀ ସାମିଲ ଥିଲେ । ପ୍ରତିଶୋଧମୂଳକ ଆକ୍ରମଣ ପଦକ୍ଷେପ ବୋଲି IRGC କହିଛି । କିନ୍ତୁ ଇରାନର ଏହି ଦାବିକୁ ଦୁବାଇ କାର୍ଯ୍ୟାଳୟ ଖାରଜ କରିଛି । ଆମେରିକୀୟ ଟେକ୍ ଭିତ୍ତିଭୂମିକୁ ଟାର୍ଗେଟ୍ କରିବା ନେଇ IRGC ଦାବିକୁ ଅସ୍ବୀକାର କରିଛି ।

ଏଥିସହ IRGC କହିଛି ଯେ, ‘‘ଇରାନରେ ପ୍ରତ୍ୟେକ ଆତଙ୍କ କାର୍ଯ୍ୟ ବଦଳରେ ପ୍ରତିଶୋଧମୂଳକ ଭାବେ ଏହି କମ୍ପାନୀର ୟୁନିଟକୁ ନଷ୍ଟ କରିଦିଆଯିବ । ଯାହା ଏପ୍ରିଲ ୧ ତାରିଖ ରାତି ୮ଟାରୁ ଆରମ୍ଭ ହେବ । ଆମେରିକୀୟ ଇନଫରମେସନ୍ ଟେକ୍ନୋଲୋଜି ଏବଂ ଆର୍ଟିଫିସିଆଲ କମ୍ପାନୀକୁ ଏବେ ବୈଧ ଟାର୍ଗେଟ ଭାବେ ମନାଯିବ ।’’ IRGC ଏହି କମ୍ପାନୀଗୁଡ଼ିକର କର୍ମଚାରୀମାନଙ୍କୁ ନିଜ ସୁରକ୍ଷା ପାଇଁ ତୁରନ୍ତ ସେମାନଙ୍କ କର୍ମକ୍ଷେତ୍ର ଛାଡିବାକୁ ମଧ୍ୟ ଚେତାବନୀ ଦେଇଛି ବୋଲି କୌଣସି ଏକ ସୂତ୍ରରୁ ଜଣାପଡିଛି ।

ଅନ୍ୟପଟେ IRGCର ଏହି ଧମକ ପରେ ଆମେରିକା ସମସ୍ତ ଆକ୍ରମଣର ଜବାବ ଦେବାକୁ ପ୍ରସ୍ତୁତ ବୋଲି ହ୍ବାଇଟ୍ ହାଉସର ଜଣେ ଅଧିକାରୀ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ସାମ୍ପ୍ରତିକ କାର୍ଯ୍ୟାନୁଷ୍ଠାନ ପରେ ଇରାନର ଡ୍ରୋନ୍ ଆକ୍ରମଣ ହ୍ରାସ ପାଇଛି । ଗୁରୁବାର ପୂର୍ବରୁ ଆମେରିକା ଏବଂ ଇସ୍ରାଏଲର ମିଳିତ ଏୟାରଷ୍ଟ୍ରାଇକ୍ ଇରାନ କାରାଜରେ ନିର୍ମାଣାଧୀନ ଥିବା B 1 ସେତୁକୁ କ୍ଷତି ପହଞ୍ଚାଇଥିଲା । ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଅନେକ ଆହତ ହୋଇଥିଲେ ।

Leave A Reply

Your email address will not be published.