ନିଖୋଜ ନାବାଳକ ଉଦ୍ଧାର : ପରିବାରକୁ ହସ୍ତାନ୍ତର କଲେ ଓଡ଼ଗାଁ ପୋଲିସ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସାକେରୀ ଗାଁର ଜଣେ ନିଖୋଜ ବାଳକକୁ ଓଡ଼ଗାଁ ପୋଲିସ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଛି ଓଡ଼ଗାଁ ପୋଲିସ। ନାବାଳକ ଜଣକ ନିଖୋଜ ଥିବା ନେଇ ଗତ ମାର୍ଚ୍ଚ ୨୭ ତାରିଖରେ ଅଭିଯୋଗ ହୋଇଥିଲା ।ଓଡ଼ଗାଁ ପୋଲିସ ମାମଲା ରୁଜ୍ଜୁ କରି ନାବାଳକକୁ ଖୋଜିବା ଆରମ୍ଭ କରିଥିଲେ।ଶ୍ରୀରାମ ନବମୀ ଯାତ୍ରା ଅବସରରେ ହେଉଥିବା ନାଟକ ଦେଖି ସାରି ଏଣେତେଣେ ବୁଲୁଥିବା ବେଳେ ନାବାଳକକୁ ପୋଲିସ ହେପାଜତକୁ ନେଇଥିଲେ ।

ଆବଶ୍ୟକ ପ୍ରକ୍ରିୟା ଶେଷ ହେବାପରେ ନାବାଳକକୁ ତାଙ୍କର ପରିବାରକୁ ହସ୍ତାନ୍ତର କରାଯାଇଛି ।ସୂଚନା ଅନୁଯାୟୀ ନାବାଳକ ଜଣକ ପରିବାର ସହିତ ଭୁବନେଶ୍ୱରରେ ରହୁଥିବା ବେଳେ ଚାଉଳ ନେବାକୁ ଗାଁକୁ ଆସିଥିଲେ ।ଗାଁକୁ ଆସିବା ପରେ ପାଣିବନ୍ଧ ଗାଁର କେତେକ ଯୁବକ ନାବାଳକ ଠାରୁ ମୋବାଇଲ ଛଡ଼ାଇ ନେବା ପରେ ତାର ପରିବାର ସହିତ ଯୋଗାଯୋଗ ହୋଇ ପାରିନଥିଲା ।ଫଳରେ ସେ ଭୁବନେଶ୍ଵର ନଯାଇ ଏଣେତେଣେ ବୁଲିବାକୁ ଲାଗିଲା ।ନାବାଳକ ଜଣକ ଭୁବନେଶ୍ୱର ନ ଫେରିବାରୁ ପରିବାର ଲୋକେ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ।

ad-week
Leave A Reply

Your email address will not be published.