
ନୂଆଦିଲ୍ଲୀ : ଇସ୍ରାଏଲ-ଆମେରିକା ଏବଂ ଇରାନ୍ ଯୁଦ୍ଧ ୩୫ ତମ ଦିନରେ ପହଞ୍ଚିଛି । ଉଭୟ ପକ୍ଷରେ ଯୁଦ୍ଧ ଜାରି ରହିଛି । ଆମେରିକା ଇରାନର ସବୁଠାରୁ ବଡ଼ ବ୍ରିଜ୍କୁ ଧ୍ବଂସ କରିଦେଇଛି । ଏହାରି ମଧ୍ୟରେ ଇରାନ୍ ଇସ୍ରାଏଲର ରାଜଧାନୀ ତେଲ-ଅଭିଭରୁ ଆରମ୍ଭ କରି ମଧ୍ୟପ୍ରାଚ୍ୟ ପର୍ଯ୍ୟନ୍ତ ଆମେରିକୀୟ ଘାଟି ଉପରେ ମିସାଇଲ ଏବଂ ଡ୍ରୋନ୍ ଆକ୍ରମଣ କରିଛି । ଆମେରିକା ଦ୍ବାରା ଇରାନର ବଡ଼ ବ୍ରିଜ୍ ଉପରେ ହୋଇଥିବା ଆକ୍ରମଣରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୯୫ ଜଣ ଆହତ ହୋଇଥିବା ଜଣାପଡିଛି ।
ହରମୁଜର ପ୍ରଣାଳୀ ଏବେ ଚିନ୍ତାର ବିଷୟ ପାଲଟିଛି । ଟ୍ରମ୍ପଙ୍କ ଦ୍ବାରା ଏହି ପ୍ରାଣାଳୀ ଖାରଜ ହେବା ପରେ ଏହି ଆଲୋଚନାରେ ୬୦ଟି ଦେଶ ସାମିଲ ହୋଇଥିଲେ । ଏହି ବୈଠକରେ ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ମଧ୍ୟ ସାମିଲ ଥିଲେ । ଏହି ଆକ୍ରମଣ ପରେ IRGC ବାହାରିନରେ ଥିବା ଆମାଜନର କ୍ଲାଉଡ୍ କମ୍ପ୍ୟୁଟିଂ ସେଣ୍ଟରକୁ ଟାର୍ଗେଟ କରାଯାଉଥିବା ଖବର ସାମ୍ନାକୁ ଆସିଛି ।