ଯୋଗ ସୁସ୍ଥ ମସ୍ତିଷ୍କ ଗଠନ ସହ,ମଣିଷକୁ ବିକଶିତ ହେବାରେ ସହାୟକ ହୋଇଥାଏ

add-all

ମହାନ୍ ସଂଘ୍ ପକ୍ଷ ରୁ “ଯୋଗ ମହୋତ୍ସବ – ୨୬” ଅନୁଷ୍ଠିତ
ବ୍ରହ୍ମପୁର : ଯୋଗ ସୁସ୍ଥ ମସ୍ତିଷ୍କ ଗଠନ ସହ,ମଣିଷ କୁ ବିକଶିତ ହେବାରେ ସହାୟକ ହୋଇଥାଏ।ବର୍ତ୍ତମାନ ସମାଜରେ ଯେପରି ବିଭିନ୍ନ ପ୍ରକାର ରୋଗ ବ୍ୟାଧି ବଢ଼ିବାରେ ଲାଗିଛି, ସେଥିରୁ ମୁକ୍ତି ନିମନ୍ତେ ଯୋଗ ଅଭ୍ୟାସ ଏକ ମାତ୍ର ରାସ୍ତା। ଉପଯୁକ୍ତ ସ୍ୱାସ୍ଥ୍ୟ ଗଠନ ଦ୍ଵାରା
ସୁସ୍ଥ ନାଗରିକ ସୃଷ୍ଟି ସହ ସୁସ୍ଥ ବିକଶିତ ଦେଶ ନିର୍ମାଣ ହୋଇପାରିବ। ଏଣୁ ଆବାଳ ବୃଦ୍ଧ ବନିତା, ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ, ନିୟମିତ ଯୋଗ ଅଭ୍ୟାସ କରିବା ନିମନ୍ତେ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ପରାମର୍ଶ ରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷ ରୁ ମୋରଜି ଦେଶାଇ ନ୍ୟାସନାଲ ଇନଷ୍ଟିୟୁସନ ଫର୍ ଯୋଗା ତରଫରୁ ଯୋଗ ର ପ୍ରସାର ପ୍ରଚାର ନେଇ ସାରା ଦେଶରେ ୧00 ଟି ସହରରେ ୧୦୦ ଦିନ କାଉଣ୍ଟ ଡାଉନ୍ କାର୍ଯ୍ୟକ୍ରମ “ଯୋଗ ମହୋତ୍ସବ-୨୬” ର ୭୯ ଡେ ଟୁ ଗୋ କାର୍ଯ୍ୟକ୍ରମ କୁ ଅଗ୍ରଣୀ ଅନୁଷ୍ଠାନ ମହାନ୍ ସଂଘ ତରଫରୁ ୩ ଏପ୍ରିଲ ରେ ସ୍ଥାନୀୟ ଗୁରୁକୁଳ ଇଣ୍ଟରନେସନଲ ପବ୍ଲିକ ସ୍କୁଲ ଠାରେ ସକାଳ ୭ ଘଟିକାରେ ଏହି ବିଶାଳ ଯୋଗ ଉତ୍ସବ ଆୟୋଜନ ଅବସରରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ପ୍ରେସ କ୍ଲବ ସଭାପତି ଶ୍ରୀ ଅଶୋକ ବ୍ରହ୍ମା, ଶ୍ରୀ ବିଶ୍ୱନାଥ ପଟ୍ଟନାୟକ , ଡ୍ର ସମେରନ୍ଦ୍ର ସାହୁ, ଶ୍ରୀ ସୁଦୀପ ସାହୁ , ସାଂସଦ ଙ୍କ ପ୍ରତିନିଧି ଶ୍ରୀ ବାଳକୃଷ୍ଣ ସାମନ୍ତରା ପ୍ରମୁଖ ଯୋଦେଇଥିଲେ ।ବଯୋଗ ଆଚାର୍ଯ୍ୟ ଶ୍ରୀ ପି ରାମା ରାଓ ପାତ୍ର, ଶ୍ରୀ ଗୋପାଳ ସାହୁ, ଶ୍ରୀ କେଦାରନାଥ ପଣ୍ଡା, ଶ୍ରୀ ଯୋତି ପ୍ରସାଦ ସାହୁ, ଶ୍ରୀ ଶୁଭେନ୍ଦୁ ଦାସ ପ୍ରମୁଖ ଯୋଗ ତାଲିମ ଦେଇଥିଲେ। କୃତି ଛାତ୍ର ଛାତ୍ରୀ ମାନଙ୍କୁ ସଭାପତି ଶ୍ରୀ ସାବତ ପୁରଷ୍କୃତ କରିଥିଲେ। ସାଧାରଣ ସମ୍ପାଦକ ଶ୍ରୀ ପ୍ରସାନ୍ତ ପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ବିଦ୍ୟାଳୟ ଅଧକ୍ଷ। ଶ୍ରୀମତୀ ମଧୁଛନ୍ଦା ମିଶ୍ର ଧନ୍ୟବାଦ ପ୍ରଦାନ କରିଥିବାବେଳେ କାର୍ଯ୍ୟକ୍ରମ କୁ ପୁଷ୍ପାଞ୍ଜଳି ମହାପାତ୍ର, ଅଲେଖ ଦାସ,ତପନ ପଣ୍ଡା, ସାଧନା ପାଢ଼ୀ,ଆଦିତ୍ୟ ରଥ,ମନୋରଞ୍ଜନ ପାଢ଼ୀ, ସସ୍ମିତା ମିଶ୍ର, ପ୍ରକାଶ ଵଜନି, ଶ୍ରୀମତୀ ରାଜେଶ୍ୱରୀ ଦାସ, ଚନ୍ଦ୍ରକଳା ଦେବୀ, ସବିତା ସାହୁକାର, ଉମାଶଙ୍କର ପାଣି, ଇ ଭଗବାନ ବେହେରା ଶ୍ରୀ ସଞ୍ଜୟ ମାଝୀ ଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଓ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ରେ ବହୁ ବୁଦ୍ଧିଜୀବୀ, ଗଣ ମାଧ୍ୟମ ବ୍ୟକ୍ତିତ୍ଵ ସମେତ 1000 ରୁ ଉର୍ଦ୍ଧ୍ୱ ଚତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

Leave A Reply

Your email address will not be published.