ତ୍ରିଭାଷୀ ସୂତ୍ରକୁ ନେଇ ଷ୍ଟାଲିନ ଓ ଧର୍ମେନ୍ଦ୍ର ମୁହାଁମୁହିଁ

add-all

ନୂଆଦିଲ୍ଲୀ: ତ୍ରିଭାଷୀ ସୂତ୍ରକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନଙ୍କୁ କଡ଼ା ଜବାବ ଦେଇଛନ୍ତି। ନିଜର ରାଜନୈତିକ ବିଫଳତାକୁ ପ୍ରଦର୍ଶିତ କରିବାକୁ ଏହା ଏକ କ୍ଲାନ୍ତ ପ୍ରୟାସ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏହାପୂର୍ବରୁ ଷ୍ଟାଲିନ ଅଭିଯୋଗ କରି କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ତ୍ରିଭାଷୀ ସୂତ୍ର ଅଣ ହିନ୍ଦୀ ଅଞ୍ଚଳରେ ହିନ୍ଦୀର ପ୍ରସାର ପାଇଁ ଏକ ପ୍ରୟାସ। ଷ୍ଟାଲିନ୍‌ ଆହୁରି ମଧ୍ୟ କହିଥିଲେ ଯେ, ଜାତୀୟ ଶିକ୍ଷାନୀତି ୨୦୨୦ ସମନ୍ବିତ ସିବିଏସ୍‌ଇ ପାଠ୍ୟକ୍ରମ ଦ୍ବାରା ଭାଷା ଥୋପିବାକୁ ପ୍ରୟାସ କରାଯିବା ଯୋଜନାବଦ୍ଧ ତଥା ଚିନ୍ତାଜନକ।
ଏହାର ଜବାବରେ ଧର୍ମେନ୍ଦ୍ର କହିଥିଲେ, ଜାତୀୟ ଶିକ୍ଷା ନୀତି ୨୦୨୦ ପ୍ରକୃତରେ ଭାଷାଗତ ମୁକ୍ତି ପାଇଁ ଏକ ଘୋଷଣାପତ୍ର। ଏହା ମାତୃଭାଷାକୁ ପ୍ରାଥମିକତା ଦିଏ, ତେଣୁ ପ୍ରତ୍ୟେକ ତାମିଲ ପିଲା ସେମାନଙ୍କ ଗୌରବମୟ ଭାଷାରେ ପାରଦର୍ଶୀତା ଲାଭ କରିବେ। କିନ୍ତୁ ହିନ୍ଦୀ ବାଧ୍ୟତାମୂଳକ ଲାଗୁ ହେବା କହି ଆପଣ ତାମିଲ ଭାଷାକୁ ସୁରକ୍ଷା ଦେଉନାହାନ୍ତି, ବରଂ ଆମର ଯୁବପିଢ଼ିକୁ ବିଭିନ୍ନ ଭାଷା ଜାଣିଥିବା ବିଶ୍ବ ନେତା ହେବାର ସୁଯୋଗରୁ ବଞ୍ଚିତ କରିବାକୁ ଚାହୁଛନ୍ତି ବୋଲି ଧର୍ମେନ୍ଦ୍ର ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି।

ad-week
Leave A Reply

Your email address will not be published.