ନିମ୍ନ ମାନର ତାର ଯୋଗାଇ ଗ୍ରାହକଙ୍କୁ ଟାଟା ପାୱାର ର ଠକେଇ ଅଭିଯୋଗ ……!

ଟାଟା ପାୱାର ର ସର୍ଭିସ ତାର ଉପରେ ଚକାଚକ୍ ଭିତରେ ଫମ୍ପା……!

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ଟାଟା ପାୱାର ପକ୍ଷରୁ ଗୃହକୁ ଲାଇନ ନେବା ବେଳେ ଯୋଗାଇ ଦିଆଯାଉଥିବା ସର୍ଭିସ ତାର ନିମ୍ନ ମାନର ଅଭିଯୋଗ ଆସିଛି। ସ୍ୱଳ୍ପ ସମୟ ମଧ୍ୟରେ ସର୍ଭିସ ତାର ନଷ୍ଟ ହେଉଥିବା ଅଭିଯୋଗ ଆସିଛି। କେବଳ ସୁନ୍ଦର ଦେଖାଯାଉଥିବା କେବୁଲ ଭିତରେ ଫମ୍ପା ବୋଲି ସାଧରଣ ରେ ଆଲୋଚନା ହେଉଛି। ଘରୋଇ ସଂଯୋଗ ହୋଇଥିବା ବିଦ୍ୟୁତ ରେ ଫିୟୁଜ କିମ୍ବା କୌଣସି ତ୍ରୁଟି ଦେଖା ଦେଲେ ବାବୁ ମାନଙ୍କ ହମବାଡା ନିତୀ ଯୋଗୁଁ ସେବା ମିଳିବାରେ ଘଣ୍ଟା ଘଣ୍ଟା ଅପକ୍ଷା କରିବାକୁ ପଡୁଛି। ଅଭିଯୋଗ ପାଇଁ ଟୋଲ ଫ୍ରି ର ଆଳ ଦେଖାଇ ସାଧାରଣ ଗ୍ରାହକ ଙ୍କୁ ଟାଟା ପାୱାର ହଇରାଣ ହରକତ କରୁଥିବା ଅଭିଯୋଗ ହେଉଛି। ତାର ବଦଳେଇବା ବେଳେ ମିଟର ସିଲ ଭଙ୍ଗା ବେଳେ ଗ୍ରାହକଙ୍କୁ ନାଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବା ସହ ଅର୍ଥ ଦଣ୍ଡ ମିଳୁଥିବା ଅଭିଯୋଗ ହେଉଛି। ଟାଟା ପାୱାର ପୂର୍ବରୁ ସାଧାରଣ ଜନତାଙ୍କୁ ସାଉଥକୋ ପକ୍ଷରୁ ଉତ୍ତମ ସେବା ମିଳୁଥିଲା। ଆସିକାରେ ବିଦ୍ୟୁତ ସମସ୍ୟା ଦେଖା ଦେଲେ ଭଗବାନ ଭରସାରେ ଅପେକ୍ଷା କରିବାକୁ ପଡୁଛି।

ad-week
Leave A Reply

Your email address will not be published.