ବର୍ତ୍ତମାନ ସ୍ଥିତିରେ ମେଟ୍ରୋ କରିକି ନିଜର ନିର୍ବାଚନ ଚାଲ ଖେଳିବାର କିଛି ଆବଶ୍ୟକ ନାହିଁ

add-all

ଭୁବନେଶ୍ୱର ୦୫।୦୪ : ବର୍ତ୍ତମାନ ସ୍ଥିତିରେ ମେଟ୍ରୋ କରିକି ନିଜର ନିର୍ବାଚନ ଚାଲ ଖେଳିବାର କିଛି ଆବଶ୍ୟକ ନାହିଁ । ମେଟ୍ରୋ କରିକି ପ୍ରତିବର୍ଷ ଦୁଇ ହଜାର କୋଟି ଖର୍ଚ୍ଚା କରିବା ପାଇଁ ବର୍ତ୍ତମାନ ସମୟରେ କୌଣସି ଆବଶ୍ୟକତା ହିଁ ନାହିଁ । ସରକାର ଗମ୍ଭୀର ଅଛନ୍ତି । ଆଗାମୀ ଦିନରେ ମେଟ୍ରୋ ପ୍ରକଳ୍ପ ନିଶ୍ଚିତ ହେବ । ମୋବିଲିଟି ପ୍ଲାନ ହେଲା ପରେ ମେଟ୍ରୋକୁ ନେଇ ସରକାର ଚିନ୍ତା କରିବେ ବୋଲି ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁଠି ଯେଉଁଠି ମେଟ୍ରୋ ହୋଇଛି । ସେଠାରେ କେନ୍ଦ୍ର ସରକାରଙ୍କ ସହଭାଗିତାରେ ହୋଇଛି । ଗତ ସରକାର ସମୟରେ ମେଟ୍ରୋ ପାଇଁ ଯେତେବେଳେ ବ୍ୟବସ୍ଥା କଲେ, ସେତେବେଳେ ଜାଣିଶୁଣି କେନ୍ଦ୍ର ସରକାରଙ୍କ ସହଭାଗିଥା ନ ନେଇକି ଷ୍ଟେଟ୍ ପ୍ଲାନ୍ରୁ କରିବ ବୋଲି କହିଥିଲେ । ମେଟ୍ରୋର ଯେଉଁ ଆଲାଇଜମେଣ୍ଟ ତିଆରି ହୋଇଥିଲା । ତାହାର ଥିଲା ନଟ୍ ଫିଟ୍ । ଯେଉଁ କମ୍ପାନୀ ନିର୍ମାଣ ହୋଇଛି, ତାହା ମୋବିଲିଟି ପ୍ଲାନ କରୁଛି । ଆଜିର ତାରିଖରେ ମେଟ୍ରୋ ଆମ ପାଇଁ ଏକ ଲସ୍ ମେକିଂ ପ୍ରକଳ୍ପ ହୋଇପାରେ ।
ସେହିପରି ପ୍ରତିବର୍ଷ ହଜାର କି ଦୁଇ ହଜାର କୋଟି ଟଙ୍କା ଖର୍ଚ୍ଚ ହେବା ଅପେକ୍ଷା, ଯେତିକି ଅଛି ପ୍ରକଳ୍ପକୁ ବନ୍ଦ ରଖିବା । ଗତ ସରକାର ଅପରିଣାମଦର୍ଶୀ ନିଷ୍ପତ୍ତି ନେଇଥିଲେ । ମନ୍ତ୍ରୀସ୍ତରୀୟ କମିଟି ଯେଉଁ ନିଷ୍ପତ୍ତି ନେଇଥିଲେ, ମୁଖ୍ୟମନ୍ତ୍ରୀ ଏବଂ ପୁରା କ୍ୟାବିନେଟ୍ ସହମତି ଅଛନ୍ତି । ଭୁବନେଶ୍ୱର ମେଟ୍ରୋ କର୍ପୋରେସନ ସେମିତି ରହିବ । ପ୍ଲାନ ତିଆରି ହେଲା ପରେ ସାଇଣ୍ଟିଫିକଓ୍ୱେରେ ଆମେ ଆଗକୁ ଯିବାକୁ ପ୍ରସ୍ତୁତ ହେଉଛି । ମେଟ୍ରୋର ଆବଶ୍ୟକତା ରହିଛି । ଯେଉଁ ରୁଟ୍ରେ ଆବଶ୍ୟକତା ସିଟିର ଏକ୍ସପେନସନ ହେବ, ସେହି ରୁଟ୍ରେ ମେଟ୍ରୋ ନିର୍ମାଣ ଉପରେ ବିଚାର କରାଯିବ । ଯେଉଁକଥାକୁ ଅଣଦେଖା କରି ଗତ ସରକାର ଜବରଦସ୍ତ ମେଟ୍ରୋ ପ୍ରକଳ୍ପ ଆରମ୍ଭ କରିଥିଲେ । ନିର୍ବାଚନରେ ଏହି ପ୍ରକଳ୍ପ କଥା ଉଠାଇଥିଲେ ପୂର୍ବ ସରକାର । ବର୍ତ୍ତମାନ ପାଇଁ ବନ୍ଦ ଅଛି, ଆଗାମୀ ଦିନରେ ସରକାର ଯେ କୌଣସି ସମୟରେ ନିଷ୍ପତି ନେବେ ।

Leave A Reply

Your email address will not be published.