କୋରାପୁଟରେ ‘ଓଡ଼ିଆ ପକ୍ଷ’ ଅବସରରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ

add-all

କୋରାପୁଟ (ରିପୋର୍ଟ – ବସନ୍ତ ପେଗଡ଼): ରାଜ୍ୟରେ ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ କୋରାପୁଟ ସ୍ପୋର୍ଟସ କମ୍ପ୍ଲେକ୍ସଠାରେ ଏକ ଭବ୍ୟ ‘ଐତିହ୍ୟ ଗଣଦୌଡ଼’ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ଏହି ଗଣଦୌଡ଼ର ଶୁଭାରମ୍ଭ କରିଥିଲେ।

ଏହି ପ୍ରତିଯୋଗିତାରେ ବରିଷ୍ଠ ନାଗରିକ, ଭିନ୍ନକ୍ଷମ, ପୁରୁଷ ଓ ମହିଳା ବର୍ଗରେ ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ବିଭିନ୍ନ ବିଭାଗରେ ବିଜୟୀ ପ୍ରତିଯୋଗୀ:

  • ବରିଷ୍ଠ ବିଭାଗ: ତ୍ରିନାଥ ଗୁରୁ (ପ୍ରଥମ), ବଳରାମ ପ୍ରଧାନ (ଦ୍ୱିତୀୟ) ଓ ସରୋଜ କୁମାର ରଥ (ତୃତୀୟ)।
  • ଭିନ୍ନକ୍ଷମ ବିଭାଗ: ରଞ୍ଜିତ ଭତ୍ରା (ପ୍ରଥମ), ଏ. ମୁଦୁଲି (ଦ୍ୱିତୀୟ) ଓ ପଦଲାମ ଚାପାଡି (ତୃତୀୟ)।
  • ପୁରୁଷ ବିଭାଗ: ଜିପୁ କଦମସେଠ (ପ୍ରଥମ), ଶୁଭମ ସୁବୁଦ୍ଧି (ଦ୍ୱିତୀୟ) ଓ ଅବଳା ସୁକ ମାଝୀ (ତୃତୀୟ)।
  • ମହିଳା ବିଭାଗ: ଅପରାଜିତା ଖିଲୋ (ପ୍ରଥମ), ବୈଶାଳୀ ବିଶୋଇ (ଦ୍ୱିତୀୟ) ଓ ଯମୁନା ବାହାଦୁର (ତୃତୀୟ)।

କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ଏବଂ ଡେପୁଟି କଲେକ୍ଟର ସୌରଞ୍ଜିତା ମାଝୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ ଜ୍ଞାନଜିତ ତ୍ରିପାଠୀ କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତ ପରିଚାଳନା ଦାୟିତ୍ୱ ତୁଲାଇଥିଲେ।

ad-week
Leave A Reply

Your email address will not be published.