ସନ୍ଦେହ ବଢ଼ାଇଲା RDXର ବ୍ୟବହାର, ଅପରାଧିକ ଲିଙ୍କ୍ ଆଉ ଆତଙ୍କୀ ହମଲା ସମ୍ପର୍କିତ ତଦନ୍ତ କରିବ NIA

add-all

ଭୁବନେଶ୍ବର ୬।୪: ରାଜଧାନୀ ଆଜାଦନଗର ବିସ୍ଫୋରଣ ଘଟଣାର ତଦନ୍ତ କରିବ NIA । ବିସ୍ଫୋରଣ ଘଟଣାରେ ଅପରାଧିକ ଲିଙ୍କ୍, ଆତଙ୍କୀ ହମଲା ସମ୍ପର୍କିତ ତଦନ୍ତ କରିବ NIA । ଗତ ଜାନୁଆରୀ ୨୭ ତାରିଖରେ ସୁନ୍ଦରପଦା ଆଜାଦନଗରରେ ହୋଇଥିଲା ଭୟଙ୍କର ବିସ୍ଫୋରଣ । ମୁଖ୍ୟ ଅଭିଯୁକ୍ତ ସେହେନୱାଜ ମଲ୍ଲିକ ଓରଫ ମଫି ଏବଂ ତାଙ୍କ ମାଆଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।
ତେବେ NIA ଏ ଘଟଣାର ତଦନ୍ତ କରିବା ନେଇ ମାମଲା ରୁଜୁ କରିଛି । ଏହାସହ ତଦନ୍ତର ପୁରା ଭାର କମିଶନରେଟ୍ ପୋଲିସ ଠାରୁ ହାତକୁ ନେଇଛି । ଏହି ତଦନ୍ତ ପ୍ରକ୍ରିୟା ବେଳେ ଜବତ ହୋଇଥିବା ବିସ୍ଫୋରକ RDXର ବ୍ୟବହାର, ମୁଫିର ଆନ୍ତରାଜ୍ୟ ଲିଙ୍କ୍, ପୂର୍ବର ଅପରାଧିକ ମାମଲା ସମ୍ପର୍କରେ ହୋଇପାରେ ଅଧିକ ଖୋଳତାଡ଼ । ଠିକ୍ ସେହିପରି ଏତେ ପରିମାଣର RDX କେଉଁଠାରେ ବ୍ୟବହାର ହୋଇଥାନ୍ତା ଏ ସମ୍ପର୍କରେ ଅଧିକ ଖୋଳତାଡ଼ କରିବା ପାଇଁ ଏକାଧିକ ଲୋକଙ୍କୁ ପଚରାଉଚରା ଜାରି ରଖିଛି NIA । ଏପରିକି ମୁଖ୍ୟ ଅଭିଯୁକ୍ତ ତଥା ମୃତ ମୁଫିର ଗାର୍ଲଫ୍ରେଣ୍ଡକୁ ଅଧିକ ପଚରାଉଚରା କରୁଛି NIA ।
ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ନିୟୁ ଆଜାଦନଗରରେ ବୋମା ବିସ୍ଫୋରଣ ଘଟଣାରେ ୪ ଜଣ ଆହତ ହୋଇଥିଲେ । ବୋମା ଭିଡ଼ୁଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ଏଥିରେ ମୁଖ୍ୟ ଅଭିଯୁକ୍ତ ସେହେନଓ୍ବାଜଙ୍କ ସମେତ ତାଙ୍କ ବାନ୍ଧବୀ, ମାଆ ଓ ବନ୍ଧୁ ଅମୀୟ ମଲ୍ଲିକ ଆହତ ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ମୁଖ୍ୟ ଅଭିଯୁକ୍ତ ସେହେନଓ୍ବାଜ ଏବଂ ତାଙ୍କ ମାଆଙ୍କ ମୃତ୍ୟୁ ଘଟିଥିଲା ।
ବୋମା ବିସ୍ଫୋରଣ ଘଟଣାରେ ତଦନ୍ତ NIA ଆରମ୍ଭ କରିଥିଲା । NIAର ଟିମ୍ ସ୍ପଟ୍ ଭିଜିଟ୍ କରିବା ସହ ଯାଞ୍ଚ ଆରମ୍ଭ କରିଥିଲା । ଏହି ବିସ୍ଫୋରଣ ପଛରେ କୌଣସି ଆତଙ୍କବାଦୀ ଲିଙ୍କ୍ ଅଛି ନା ନାହିଁ ତାର ଖୋଳତାଡ଼ ଚାଲିଥିଲା । ଘଟଣାସ୍ଥଳରୁ ମଧ୍ୟ ସମସ୍ତ ତଥ୍ୟ ସଂଗ୍ରହ କରିଥିଲା ସାଇଣ୍ଟିଫିକ୍ ଟିମ୍ । ଏହି ଘଟଣାରେ ଆହତଙ୍କ ନାଁରେ ପୂର୍ବରୁ ରହିଛି ସଙ୍ଗୀନ ଅପରାଧିକ ମାମଲା । ଏମାନେ କୌଣସି ବଡ଼ ଧରଣର କାଣ୍ଡ ଘଟାଇବାକୁ ବୋମା ଭିଡ଼ୁଥିବା କୁହାଯାଉଥିଲା । ଏଥିପାଇଁ ଏମାନଙ୍କୁ ସୁପାରି ମିଳିଥିଲା । ତାରିଖ ବି ଫିକ୍ସ ହୋଇସାରିଥିଲା । ବୋମା ଭିଡ଼ିବାରେ ଏମାନେ ଯଦି ସଫଳ ହୋଇଥାନ୍ତେ ତେବେ ଘଟାଇଥାନ୍ତେ ବଡ଼ ଧରଣର ଅପରାଧ । ହେଲେ ତା ପୂର୍ବରୁ ସବୁ କିଛି ଫସର ଫାଟି ଯାଇଥିଲା ।

Leave A Reply

Your email address will not be published.