ଜାତିଆଣ ଭେଦଭାବକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ : ଉଭୟ ପକ୍ଷରୁ ୨ ମାମଲା ରୁଜ୍ଜୁ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ବେରୁହଁ । ବାରୀ ଗାଁର ଜାତିଆଣ ଭେଦଭାବକୁ ନେଇ ୨ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଉଭୟ ପକ୍ଷରୁ ଓଡ଼ଗାଁ ଆଦର୍ଶ ଥାନାରେ ୨ ମାମଲା ରୁଜ୍ଜୁ ହୋଇଛି । ୪ ଦିନ ପୂର୍ବେ ଗାଁ ପୋଖରୀରେ ଗ୍ରାମର ଜଣେ ବାଳକ ଗାଧୋଉ ଥିବା ବେଳେ ସେହି ଗ୍ରାମର ଜଣେ ବ୍ୟକ୍ତି ସେଠାରେ ଗାଧୋଇବାକୁ ବାଳକକୁ ମନାକଲା ।ବାଳକ ଜଣକ ଘରକୁ ଯାଇ ଏହି ଘଟଣା କହିବା ପରେ ବାଳକର ବାପା ପ୍ରକାଶ ନାୟକ ଏବଂ ମାଆ ଝିଲି ନାୟକ ତୁଠରେ ଗାଧୋଇବାକୁ ମନା କରିଥିବା ବ୍ୟକ୍ତିଙ୍କ ଘରକୁ ଯାଇ ପଚରାଉଚରା କରୁଥିବା ବେଳେ ସନ୍ତୋଷ ସେଠୀ ତାଙ୍କ ସ୍ତ୍ରୀ ଅଞ୍ଜଳି ସେଠୀ ଏବଂ ତାଙ୍କର ପଡୋଶୀ ଭଗବାନ ସେଠୀ ତୁଠରେ ବାଳକର ଗାଧୁଆ କୁ ବିରୋଧ କରିବା ଯୋଗୁଁ ଉଭୟ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇ ଗଣ୍ଡଗୋଳ ହୋଇଥିଲା । ଏହି ଘଟଣାରେ ଉଭୟ ପକ୍ଷ ଥାନାରେ ଅଭିଯୋଗ କରିବା ପରେ ଓଡ଼ଗାଁ ପୋଲିସ ୯୩/୨୦୧୬ ଏବଂ ୯୪/୨୦୧୬ରେ ଉଭୟ ପକ୍ଷରୁ ୫ ଜଣଙ୍କ ନାମରେ ୨ଟି ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି। ଉଭୟ ପକ୍ଷ ଅନୁସୂଚିତ ଜାତିର ବୋଲି ଜଣାପଡିଛି।

ad-week
Leave A Reply

Your email address will not be published.