ଗଞ୍ଜାମ ୩୬୦ ଆଭିମୁଖ୍ୟ କାର୍ଯ୍ୟକ୍ରମ ଓ ତାଲିମ କର୍ମଶାଳା

add-all

ଶିକ୍ଷା, ସ୍ବାସ୍ଥ୍ୟ ଓ ସୁଶାସନର ଗୁଣାତ୍ମକମାନ ବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନର ନୂତନ ପ୍ରୟାସ
ଛତ୍ରପୁର : ଆଜି ଗଞ୍ଜାମ ୩୬୦ ଆଭିମୁଖ୍ୟ କାର୍ଯ୍ୟକ୍ରମ ଓ ତାଲିମ କର୍ମଶାଳା ସ୍ଥାନୀୟ ଋଷିକୂଲ୍ଯା ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଓ୍ବି କୀର୍ତ୍ତି ଓ୍ବାସନଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହା ମାଧ୍ୟମରେ ଗଞ୍ଜାମ ଜିଲ୍ଲାର କାର୍ଯ୍ୟକାରୀ ହେଉଥିବା ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ଗୁଡିକର ସଫଳ ଓ ତ୍ୱରିତ ରୂପାୟନ କରିବାର ଲକ୍ଷ୍ୟ ରଖ ଯାଇଛି । ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଭାରତୀୟ ପ୍ରଶାସନିକ ସେବା ଏବଂ ଓଡିଶା ପ୍ରଶାସନିକ ସେବା ଭଳି ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଲକ୍ଷ୍ଯ ନିକେତନ ମାଧ୍ଯମରେ ଅଭିଜ୍ଞ ଆଇ.ଏ.ଏସ୍., ଆଇ.ପି.ଏସ୍. ଏବଂ ଅବସରପ୍ରାପ୍ତ ଅଧିକାରୀ ମାନଙ୍କ ଦ୍ବାରା ମାଗଣା କୋଚିଂ , ସ୍କୁଲ ଏବଂ ଛାତ୍ରଛାତ୍ରୀଙ୍କ ତଥ୍ଯ ଓ ଶିକ୍ଷା ଅଗ୍ରଗତି ତଦାରଖ ଗଞ୍ଜାମ ୩୬୦ ଆପ ମାଧ୍ୟମରେ କରାଯିବାର ଲକ୍ଷ୍ୟ ରଖାଯାଇଛି । ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଠାରୁ ଆରମ୍ଭ କରି ସେମାନଙ୍କର ପରୀକ୍ଷାଫଳ ପର୍ଯ୍ୟନ୍ତ ସବୁକିଛି ଏହି ପୋର୍ଟାଲ ମାଧ୍ଯମରେ ଟ୍ରାକ କରାଯାଇପାରିବ । ସ୍କୁଲରେ ଦିଆଯାଉଥିବା ମଧ୍ଯାହ୍ନ ଭୋଜନ, ପାନୀୟ ଜଳ, ଶୌଚାଳୟର ପରିଛନ୍ନତା, ଏବଂ ଅନ୍ଯାନ୍ଯ ସୁବିଧାର ସ୍ଥିତି କିପରି ଅଛି ତାହା ଅଧିକାରୀ ମାନେ ତଦାରଖ କରି ଏହି ମୋବାଇଲ୍ ଆପ୍ ରେ ଲିପିବଦ୍ଧ କରାଯିବାର ଲକ୍ଷ୍ୟ ରଖାଯାଇଛି ।
ସରକାରୀ କର୍ମଚାରୀ ମାନଙ୍କୁ ଦିଆଯାଇଥିବା ବିଭିନ୍ନ କାର୍ଯ୍ୟ କେତେ ଦୂର ଆଗେଇଛି, ତାହାର ଡିଜିଟାଲ ରିପୋର୍ଟିଂ ଏଠାରେ କରାଯିବ । ଜନ ସାଧାରଣଙ୍କ ମତାମତ ଏବଂ ବିଭିନ୍ନ ଯୋଜନାର ତୃଣମୂଳ ସ୍ତରରେ ସ୍ଥିତି ଜାଣିବା ପାଇଁ ଏହି ଆପ୍ ମାଧ୍ଯମରେ ସର୍ଭେ କରାଯିବ । ଏହି ଆପର ସଫଳ ଓ ପାରଦର୍ଶୀ ବ୍ୟବହାର ଗଞ୍ଜାମ ଜିଲ୍ଲା ର ବିକାଶ ଧାରାକୁ ତ୍ୱରାନ୍ନିତ କରିବ ବୋଲି ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଓ୍ବାସନ୍ ଆଶାବ୍ୟକ୍ତ କରିଛନ୍ତି ।
ଅଧିକାରୀମାନେ ଯେତେବେଳେ କୌଣସି ସ୍କୁଲ, ଅଙ୍ଗନଓ୍ବାଡି କିମ୍ବା ସ୍ବାସ୍ଥ୍ଯକେନ୍ଦ୍ର ପରିଦର୍ଶନ କରିବେ ସେମାନଙ୍କୁ ସେହି ସ୍ଥାନରୁ ଗଞ୍ଜାମ ୩୬୦ ଆପ୍ ମାଧ୍ଯମରେ ତଥ୍ଯ ଅପଲୋଡ୍ କରିବାକୁ ହେବ । ଶିକ୍ଷା, ସ୍ବାସ୍ଥ୍ୟ ଓ ସୁଶାସନ ଦିଗରେ ଏହା ଏକ ନୂତନ ପ୍ରୟାସ । ଗଞ୍ଜାମ ୩୬୦ ଆପ୍ କିପରି ଡାଉନଲୋଡ୍ କରାଯାଇପାରିବ ଓ ଏହାକୁ କିପରି ବ୍ଯବହାର କରାଯିବ ସମସ୍ତ ବିଷୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସମୀର କୁମାର ଜେନା ଜିଲ୍ଲାର ସମସ୍ତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅତିରିକ୍ତ ତହସିଲଦାର ଓ ଅନ୍ଯାନ୍ଯ ଅଧିକାରୀ ମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ ।

Leave A Reply

Your email address will not be published.