ଓଡ଼ିଆ ପକ୍ଷ ପାଳନ ଅବସରରେ କୋରାପୁଟରେ ‘ଶିଶୁ କଥା ଦିବସ’ ଅନୁଷ୍ଠିତ

add-all

କୋରାପୁଟ (ରିପୋର୍ଟ – ବସନ୍ତ ପେଗଡ଼) : କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ପୂଜାରୀପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ‘ଶିଶୁ କଥା ଦିବସ’ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଶିଶୁମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ଶିଶୁମାନଙ୍କୁ ପୁସ୍ତକ ବଣ୍ଟନ କରାଯାଇ ପଠନ ପ୍ରତି ସେମାନଙ୍କୁ ଉତ୍ସାହିତ କରାଯାଇଥିଲା। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସିମାଞ୍ଜଳ ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିଶୁ କଥା ଦିବସର ଆବଶ୍ୟକତା ଓ ଶିଶୁ ସାହିତ୍ୟର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ।

ସମ୍ମାନିତ ଅତିଥି ଭାବେ କୋରାପୁଟ ଉପ-ଜିଲ୍ଲାପାଳ ପ୍ରେମଲାଲ ହିଆଲ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ସୌରଞ୍ଜିତା ମାଝୀ ଯୋଗଦେଇ କାର୍ଯ୍ୟକ୍ରମର ସଫଳତା କାମନା କରିବା ସହ ଶିଶୁମାନଙ୍କୁ ଓଡ଼ିଆ ଭାଷା ସହ ଯୋଡ଼ି ହେବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ମଧୁସ୍ମିତା ସୁଚେନ ସମଗ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ଶିକ୍ଷକ ପ୍ରମୋଦ ଡାକୁଆ ମଞ୍ଚ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମଗ୍ର ଶିକ୍ଷା ଅଭିଯାନର ଗୁଣାତ୍ମକ ସଂଯୋଜକ ଚନ୍ଦ୍ରକଳା ବର୍ଗତ୍ତୀ, ବାଳିକା ଶିକ୍ଷା ସଂଯୋଜକ ଶୁଭେନ୍ଦୁ ବାରିକ, ସିଆରସିସି ପ୍ରଦୀପ କୁମାର ପାତ୍ର, ହର ମିଶ୍ର, ଭୁବେଶ ପତି ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ ଯୋଗଦେଇ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଓଡ଼ିଆ ପକ୍ଷର ଏହି ପ୍ରୟାସକୁ ଶିକ୍ଷାବିତ୍ ଓ ସ୍ଥାନୀୟ ଅଭିଭାବକ ମହଲରେ ବେଶ୍ ପ୍ରଶଂସା କରାଯାଇଛି।

Leave A Reply

Your email address will not be published.