ମହୁମାଛି ଆକ୍ରମଣରେ ଜଣେ ମୃତ

add-all

କୁଚିଣ୍ଡା: ମହୁମାଛି ଆକ୍ରମଣ ରେ ଜଣେ ମୃତ, ଜମନକିରା ବ୍ଲକ ଅନ୍ତର୍ଗତ ଗୁଲୁଜିପାଲି ଗ୍ରାମର ବାସୁଦେବ କିସାନ ମହୁଲ ଫୁଲ ଗୋଟାଉଥିବା ସମୟରେ ମହୁ ମାଛି ଆକ୍ରମଣ କରିଥିଲେ । ତାଙ୍କୁ ତୁରନ୍ତ ଫାଶୀମାଲ ଡାକ୍ତରଖାନା କୁ ଅଣାଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜମନକିରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଜମନକିରା ବ୍ଲକ ଅନ୍ତର୍ଗତ ଗୁଲୁଜିପାଲି ଗ୍ରାମର ବାସୁଦେବ କିସାନ ମହୁଲ ଫୁଲ ଗୋଟାଉଥିବା ସମୟରେ ମହୁ ମାଛି ଆକ୍ରମଣ କରିଥିଲେ । ଫଳରେ ସେ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ଯାଇ ପାଖରେ ଥିବା ଏକ ନାଳରେ ପାଣି  ଭିତରେ ମୁଣ୍ଡ ଟିକୁ ବୁଡାଇ ରଖିଥିଲେ । କିନ୍ତୁ ମହୁ ମାଛି ତାଙ୍କ ଶରୀରର ପ୍ରତ୍ୟେକ ଅଂଶକୁ କାମୁଡି ଥିଲେ କିଛି ସମୟ ପରେ ତାଙ୍କ ସ୍ତ୍ରୀ ଏବଂ ପାଖରେ ଥିବା ଦୁଇଜଣ ବ୍ୟକ୍ତି ତାଙ୍କୁ ପାଣିରୁ ଉଦ୍ଧାର କରି ତୁରନ୍ତ ଫାଶୀମାଲ ଡାକ୍ତରଖାନାକୁ ଆଣିଥିଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ad-week
Leave A Reply

Your email address will not be published.